ନୟାଗଡ଼,(ବାଘୁଆବାର୍ତ୍ତା): ଖଣ୍ଡପଡା ବ୍ଳକ ଅଧିନ ମର୍ଦ୍ଦରାଜପୁର ଗ୍ରାମର ମୁଖ୍ୟ ରାସ୍ତା ସମେତ ମର୍ଦ୍ଦରାଜପୁର- ହରିଚନ୍ଦନପୁର ରାସ୍ତାରେ ସାମାନ୍ୟ ବର୍ଷା ହେଲେ ପାଣି ଜମି ରହୁଛି । ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା ସାଙ୍ଗକୁ ଜଳ ନିଷ୍କାସନ ପଥ ଅବରୋଧ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ସାମାନ୍ୟ ବର୍ଷା ହେଲେ ରାସ୍ତା ଉପରେ ବର୍ଷା ପାଣି ଜମି ରହିବା ସହ ଦୀର୍ଘ ବର୍ଷ ଧରି ରାସ୍ତା ପାଶ୍ୱର୍ରେ ସ୍ଥାୟୀ ବାସଗୃହ ନିର୍ମାଣ କରି ରହିଥିବା ଜନସାଧାରଣଙ୍କ ଘର ମଧ୍ୟରେ ପାଣି ପଶୁଛି । ଫଳରେ ଏନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶପାଉଛି । ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ମର୍ଦ୍ଦରାଜପୁର ଗ୍ରାମବାସୀ ପୂର୍ତବିଭାଗ ଉଚ୍ଚ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କୈାଣସି ସୁଫଳ ମିଳିନଥିବା ଅଭିଯୋଗ ହେଉଛି । ଏଥିପ୍ରତି ଜିଲ୍ଲାପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଦୃଷ୍ଟିଦେବାକୁ ଦାବିହେଉଛି ।






