୨୧ ଜିଲ୍ଲାରେ ପହଂଚିଲା କରୋନା
ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଛି । ରାଜ୍ୟରେ ଆଜି ୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସକାଳେ ରାଜ୍ୟରେ ରେକର୍ଡ଼ ସଂଖ୍ୟକ ୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲାର ୨୯, ବାଲେଶ୍ୱର ୧୫, ଅନୁଗୁଳ ଜିଲ୍ଲାର ୧୩ ଏବଂ ମୟୁରଭଞ୍ଜ ଜିଲ୍ଲାର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ମଧ୍ୟାହ୍ନରେ ରାଜ୍ୟରେ ୧୦ ଜଣ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଯାଜପୁର ଓ ଭଦ୍ରକ ଜିଲ୍ଲା ଜଣାଯାଇଛି । ସେହିଭଳି ସଂନ୍ଧ୍ୟାରେ ରାଜ୍ୟରେ ପୁଣି ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୧ ଜିଲ୍ଲାକୁ କରୋନା ଛୁଇଁଥିବା ଜଣାଯାଇଛି । ଏହି ଆକ୍ରାନ୍ତ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୭ ଜଣ, ଯାଜପୁର ଜିଲ୍ଲାର ୧, ପୁରୀରୁ ୨ ଜଣ, ଅନୁଗୁଳୁରୁ ୨ ଜଣ ଏବଂ ନୂତନ ଜିଲ୍ଲା ଭାବେ ବୈାଦ୍ଧ ଜିଲ୍ଲାରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି ।






