Wednesday, September 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମାତୃ ଦିବସରେ ମା’କୁ ଝୁରିଲେ କରୋନା ଯୋଦ୍ଧା ପ୍ରଦୀପ ସାମଲ୍

by Anil Panda
May 10, 2020
in Breaking
ମାତୃ ଦିବସରେ ମା’କୁ ଝୁରିଲେ କରୋନା ଯୋଦ୍ଧା ପ୍ରଦୀପ ସାମଲ୍
28
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ମାତୃ ଦିବସରେ ମା’କୁ ଝୁରିଲେ କରୋନା ଯୋଦ୍ଧା ତଥା ସୁନାଖଳା ଫାଣ୍ଡି ଅଧିକାରୀ ପ୍ରଦୀପ କୁମାର ସାମଲ । ଏହି ଉପ ଆରକ୍ଷୀ ନିରିକ୍ଷକ ନିଜ ଅଂଚଳରେ ଜନସଚେତନତା ସୃଷ୍ଟି କରିବାରେ ଜିଲ୍ଲାରେ କାର୍ଯ୍ୟ କରୁଥିବା ସବୁ ବିଭାଗ କର୍ମଚାରୀଙ୍କଠାରୁ ଆଗରେ ବୋଲି ଜଣାଯାଇଛି । ଗାଁ ଗାଁରେ ବୁଲି ଲୋକଙ୍କୁ ବୁଝାଇ, ଶୁଝାଇ ସେ ସଚେତନ କରିବା ସହ ବେଳେ ବେଳେ ସେ ତାଙ୍କର ନାଟକୀୟ ଢଙ୍ଗ ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ସହ କିଛି ବ୍ୟକ୍ତିଙ୍କ ଆକ୍ରୋଷର ଶୀକାର ମଧ୍ୟ ହେଉଛନ୍ତି । ତଥାପି ନିନ୍ଦା ଓ ଅପନିନ୍ଦାକୁ ଖାତିର ନକରି ତାଙ୍କର କର୍ତ୍ତବ୍ୟ କରି ଚାଲିଛନ୍ତି । ଏକକ ଅଭିନୟ ମାଧ୍ୟମରେ କରୋନା ସଚେତନତା କରି କିଛିଦିନ ହେବ ଚର୍ଚ୍ଚାରେ ରହିଥିବା ଏହି ଉପ ଆରକ୍ଷୀ ନିରିକ୍ଷକ ଆଜି ମାତୃଦିବସରେ ମା’କୁ ଝୁରିଛନ୍ତି । ସେ ତାଙ୍କ ଫେସବୁକ୍ ପେଜ୍‌ରେ ମା’ଙ୍କ ଫଟୋ ସେୟାର କରି ଏଭଳି କିଛି ଲେଖିଛନ୍ତି, ‘ମୋ ବୋଉକୁ ମୁଁ ଦୂରରେ ଥାଇ ମୁଣ୍ଡିଆ ମାରୁଛି, କାରଣ ଲୋକେ କହୁଛନ୍ତି ଆମେ କୁଆଡ଼େ କରୋନା ଯୋଦ୍ଧା । ଆମେ ଚାକିରୀ କରିଛୁ, ସମାଜର ମଙ୍ଗଳ ପାଇଁ କାମ କରୁଛୁ । ଆପଣମାନେ ମନେ ରଖିବା ଉଚିତ୍ ଜଣେ ପୁଲିସ ଚାକିରିଆ ତିନୋଟି ଚୁଲି ସହିତ ସଂମ୍ପର୍କ । ୧- ନିଜର କର୍ତ୍ତବ୍ୟ ସ୍ଥାନ, ୨- ନିଜର ପିଲାମାନେ ରହୁଥିବା ସ୍ଥାନ, ୩- ନିଜର ଜନ୍ମ ସ୍ଥାନ । ତେଣୁ ଇଚ୍ଛା ଥିଲେ ବି କିଛି କରି ପାରୁ ନାହିଁ । ଠିକ୍ ସମୟରେ ସମୟ ବାଧକ ସାଜୁଛି । ଫୋନରେ ବାପା ବୋଉଙ୍କ ସହିତ କଥା ହୋଇ ନିଜକୁ ସନ୍ତୁଷ୍ଟ କରୁଛି ।’ ଏଭଳି ହୃଦୟ ବିଦାରକ ମନର କଥା ଲେଖି ଶ୍ରୀଯୁକ୍ତ ସାମଲ ନିଜର କର୍ତ୍ତବ୍ୟ ଓ ଦାୟିତ୍ୱ ପ୍ରତି ନିଜର ପରାକାଷ୍ଟାକୁ ପ୍ରତିପାଦନ କରିଥିବା ବେଳେ କରୋନା ମୁକାବିଲା ପାଇଁ ଯାହା କଷ୍ଟ ପଡ଼ୁ ପଛେ, କର୍ତ୍ତବ୍ୟ କରିବାକୁ କେବେ ବି ପଛଘୁଂଚା ଦେବେ ନାହିଁ ବୋଲି କହିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!