Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସେକ୍ସ ରାକେଟ ଠାବ, ୮ ଯୁବତୀ ଉଦ୍ଧାର, ୧୩ ଗିରଫ

by ସଞ୍ଜୟ ସ୍ୱାଇଁ
March 21, 2023
in Crime, State
ସେକ୍ସ ରାକେଟ ଠାବ, ୮ ଯୁବତୀ ଉଦ୍ଧାର, ୧୩ ଗିରଫ
311
VIEWS
Share on FacebookShare on Twitter

ବାଲେଶ୍ୱର, (ବାଘୁଆବାର୍ତ୍ତା): ବାଲେଶ୍ୱର ପୁଲିସକୁ ମିଳିଛି ବଡ଼ ସଫଳତା । ସେକ୍ସ ର‌୍ୟାକେଟ ଗୋଷ୍ଠିକୁ ଧରିବାରେ ସଫଳ ହୋଇଛି । ଅପହରଣ ମାମଲା ତଦନ୍ତ କରୁକରୁ ସେକ୍ସ ର‌୍ୟାକେଟର ସନ୍ଧାନ ପାଇଥିଲା ପୋଲିସ । ଯେଉଁଥିରେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଦଲାଲ ମାନେ ଯୁବତୀ ମାନଙ୍କୁ ପ୍ରଲୋଭନ ଦେଖାଇ ସେକ୍ସ ର‌୍ୟାକେଟରେ ସଂଶ୍ଳିତ କରୁଥିଲେ । ଏହି ଘଟଣାରେ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ୧୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୮ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଏହି ଘଟଣାରେ ପୋଲିସ ଆହୁରି ଅଧିକ ତଦନ୍ତ ଜାରି ରଖିଛି। ଏହା ଭିତରେ ଅନେକ ଦଲାଲଙ୍କ ସମ୍ପୃକ୍ତି ଥିବା ପୋଲିସ ପାଖରେ ତଥ୍ୟ ରହିଛି। ଯାହା ଆଗାମୀ ଦିନରେ ପୋଲିସ ସେମାନଙ୍କୁ ଖୋଜି ବାହାର କରିବ ବୋଲି ବାଲେଶ୍ଵର ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି। ଏହି ଘଟଣା ସମ୍ପର୍କରେ ଏସପି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି। ଏସପି ସାଗରିକା ନାଥଙ୍କ ସୂଚନା ଅନୁସାରେ, କିଛିଦିନ ପୂର୍ବରୁ ପଶ୍ଚିମବଙ୍ଗ ଚବିଶ ପ୍ରଗଣା ଅଞ୍ଚଳର ଦୁଇଜଣ ଯୁବତୀ ନିଖୋଜ ନେଇ ସେଠାରେ ମାମଲା ରୁଜୁ ହୋଇଥିଲା। ଏହାକୁ ନେଇ ପଶ୍ଚିମବଙ୍ଗ ଅଞ୍ଚଳର ଏକ ସାମାଜିକ ଅନୁଷ୍ଠାନ ପକ୍ଷରୁ ଯୁବତୀମାନେ ବାଲେଶ୍ଵରକୁ ଚାଲାଣ ହୋଇ ଆସିଥିବା ବାଲେଶ୍ଵର ପୋଲିସକୁ ସୂଚନା ଦିଆଯାଇଥିଲା। ଏହାକୁ ନେଇ ବାଲେଶ୍ଵର ଏସପି ତତ୍ପରତା ପ୍ରକାଶ କରିବା ସହ ବିଭିନ୍ନ ଥାନା ଅଧିକାରୀଙ୍କୁ ଏ ବିଷୟରେ ଖୋଳତାଡ଼ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବସ୍ତା ଥାନା ଅଞ୍ଚଳରେ କେତେଜଣ ବ୍ୟକ୍ତି ବିଭିନ୍ନ ଅଞ୍ଚଳରୁ ଯୁବତୀମାନଙ୍କୁ ଟଙ୍କାର ଲୋଭ ଦେଖାଇ ଫୁସୁଲାଇ ସେମାନଙ୍କୁ ଆଣି ସେକ୍ସ ରାକେଟ ଚଳାଉଥିବା ପୋଲିସ ଖବର ପାଇଥିଲା। ଏହାକୁ ନେଇ ବସ୍ତା ପୋଲିସ ଛାନଭିନ ଆରମ୍ଭ କରିଥିଲା। ଏହାସହ ଜଳେଶ୍ୱରରେ ମଧ୍ୟ ଠିକ ଏମିତି ଘଟଣା ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିଲା। ଯୁବତୀ ଚାଲାଣ ଓ ସେକ୍ସ ରାକେଟ ଚଳାଉଥିବା ଜଣେ ବେପାରୀଙ୍କୁ ବସ୍ତା ପୋଲିସ ଗିରଫ କରିବା ପରେ ଏଥିରେ ଆହୁରି ଅନେକ ବ୍ୟକ୍ତି ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଥିଲା। କିଛି ଦଲାଲ ରାଜ୍ୟ ତଥା ରାଜ୍ୟ ବାହାରରୁ ଯୁବତୀମାନଙ୍କୁ ଚାକିରୀର ଲୋଭ ତଥା ଏକ ସୁନ୍ଦର ଲାଇଫ ଷ୍ଟାଇଲର ପ୍ରଲୋଭନ ଦେଖାଇ ସେମାନଙ୍କୁ ଚାଲାଣ କରିଥାନ୍ତି। ପରବର୍ତ୍ତୀ ସମୟରେ ସେମାନଙ୍କୁ ଦେହ ବ୍ୟବସାୟରେ ନିୟୋଜିତ କରି ଦଲାଲ ଓ ସେକ୍ସ ରାକେଟ ଚଳାଉଥିବା ଏହି ବ୍ୟକ୍ତିମାନେ ମାଲେମାଲ ହୋଇଥାନ୍ତି। ଏଥିପାଇଁ ରାଜ୍ୟ ବାହାରର କିଛି ଦଲାଲ ବାଲେଶ୍ଵର ଅଞ୍ଚଳର ବସ୍ତା, ଜଳେଶ୍ବର ଆଦି ଅଞ୍ଚଳର କିଛି ବ୍ୟକ୍ତିଙ୍କୁ ହାତ କରି ଯୁବତୀ ଚାଲାଣ ସହ ସେମାନଙ୍କୁ ଦେହ ବ୍ୟବସାୟରେ ନିଯୁକ୍ତ କରି ଟଙ୍କା ରୋଜଗାର କରୁଥିଲେ। ଏଇମିତି ବ୍ୟବସାୟ ପାଇଁ ପଶ୍ଚିମବଙ୍ଗର ଉକ୍ତ ଦୁଇ ଯୁବତୀଙ୍କୁ ଦଲାଲମାନେ ଆଣି ବସ୍ତା ଓ ଜଳେଶ୍ବର ଅଞ୍ଚଳରେ ରଖି ଏମିତି କାର‌୍ୟ୍ୟ କରାଉଥିଲେ। ଖାଲି ସେତିକି ନୁହେଁ ଦଲାଲମାନେ ମିଛ ପ୍ରମାଣପତ୍ର ଦେଇ ସ୍ୱାମୀ ସ୍ତ୍ରୀ ଭାବେ ରହି ଦେହ ବ୍ୟବସାୟ କରୁଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ସବୁଠୁ ବଡ଼କଥା ହେଲା ଏମିତି କାର‌୍ୟ୍ୟରେ କିଛି ମହିଳା ମଧ୍ୟ ସାମିଲ ହୋଇ ଯୁବତୀମାନଙ୍କୁ ଚାଲାଣ କରୁଥିବା ପୋଲିସ କହିଛି। ଏହି ରାକେଟ ବିଷୟରେ ପୋଲିସ ବସ୍ତା ଓ ଜଳେଶ୍ବର ଅଞ୍ଚଳରେ ଥିବା ଦଲାଲ ମାନଙ୍କୁ ଗିରଫ କରିବା ପରେ ବାଲେଶ୍ଵର ସହରର ମେଘଡମ୍ବରୁ ଅଞ୍ଚଳରେ ମଧ୍ୟ ଏମିତି କାର‌୍ୟ୍ୟ ଉକ୍ତ ଗ୍ୟାଙ୍ଗ ଚଳାଉଥିବା ପୋଲିସ ଜାଣିବାକୁ ପାଇ ସେଠାରେ ଚଢ଼ାଉ କରିଥିଲେ। ତିନୋଟି ସ୍ଥାନରୁ ପୋଲିସ ୧୦ ଜଣ ସେକ୍ସ ରାକେଟ ଚଳାଉଥିବା ବ୍ୟକ୍ତିଙ୍କୁ ଗିରଫ କରିବା ସହ ୮ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!