ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବାଇକ୍ରେ ପେଟ୍ରୋଲ ଭରିବାକୁ ଆସି କଳ୍ପନା ପେଟ୍ରୋଲ ପମ୍ପରେ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଜଣେ ଆହତ ହୋଇଥିବା ବେଳେ ୩ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ, ସନ୍ଧ୍ୟା ୫.୩୦ ମିନିଟ୍ରେ କଳ୍ପନା ପେଟ୍ରୋଲ ପମ୍ପକୁ ତେଲ ପକାଇବାକୁ ଆସିଥିଲେ ୩ ଦୁର୍ବୃତ୍ତ। ହେଲେ କର୍ମଚାରୀ ଭୁଲ ବଶତଃ ଅଧିକ ତେଲ ପକାଇ ଦେଇଥିଲେ। ଏହାପରେ ଦୁର୍ବୃତ୍ତମାନେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ସହ ଯୁକ୍ତି ତର୍କ କରିବା ଆରମ୍ଭ କରିଦେଇଥିଲେ। କାହିଁକି ଅଧିକ ତେଲ ପକାଇଲ ବୋଲି କହି କ୍ରର୍ମଚାରୀଙ୍କୁ ଫାର୍ସାରେ ଚୋଟ ମାରିଥିଲେ। ଏହାପରେ କୌଶଳ କ୍ରମେ ୩ ଆକ୍ରମଣକାରୀଙ୍କୁ କାବୁ କରିଥିରେ ପେଟ୍ରୋଲ ପମ୍ପ କର୍ମଚାରୀ। ଅଭିଯୁକ୍ତମାନଙ୍କୁ ବଡଗଡ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସତ୍ୟନଗର ଦୁର୍ଗାମଣ୍ଡପ ବସ୍ତିର ମାନସ ବାରିକ,ବିକ୍ରମ ଦାସ ଓ ଚିନ୍ମୟ ଖୁଣ୍ଟିଆ ଆକ୍ରମଣରେ ପେଟ୍ରୋଲ ପମ୍ପ କର୍ମଚାରୀ ପ୍ରସନ୍ନ ବିଶ୍ୱାଳ ଆହତ ହୋଇଥିଲେ। ଏହାପରେ ତାଙ୍କୁ କ୍ୟାପିଟାଲ ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି।





