Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗଞ୍ଜେଇ ଚୋରା ଚାଲାଣରେ ସାହାଯ୍ୟ କରି ବନ୍ଧା ହେଲେ ପୁଲିସ୍ କନେଷ୍ଟବଳ

by ସଞ୍ଜୟ ସ୍ୱାଇଁ
March 20, 2023
in Crime, State
ଗଞ୍ଜେଇ ଚୋରା ଚାଲାଣରେ ସାହାଯ୍ୟ କରି ବନ୍ଧା ହେଲେ ପୁଲିସ୍ କନେଷ୍ଟବଳ
94
VIEWS
Share on FacebookShare on Twitter

ମାଲକାନଗିରି, (ବାଘୁଆବାର୍ତ୍ତା): ପୁଣି ଥରେ ଖାକି ବର୍ଦ୍ଦିରେ ଲାଗିଲା ଦାଗ। ଗଞ୍ଜେଇ ଚୋରା ଚାଲାଣରେ ସାହାଯ୍ୟ କରି ବନ୍ଧା ହେଲେ ପୁଲିସ୍ କନେଷ୍ଟବଳ । ଏପରି ଘଟଣା ଘଟିଛି ମାଲକାନଗିରି ଥାନା ମାର୍କାପାଲ୍ଲୀରେ। ବନ୍ଧା ହୋଇଥିବା ପୁଲିସ୍ କନେଷ୍ଟବଳଜଣକ ହେଲେ ମନୋଜ କୁମାର ମୁଦୁଲି । ମାଲକାନଗିରି ଥାନା ମାର୍କାପାଲ୍ଲୀଠାରେ ଗଞ୍ଜେଇ ବେପାରୀ ଶରତ ଚନ୍ଦ୍ର ହନ୍ତାଳ ଗଞ୍ଜେଇ ଚାଲାଣ କରୁଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ମାଲକାନଗିରି ଏସ୍‌.ଡି.ପି.ଓ ଘଟଣାସ୍ଥଳରେ ପହଞ୍ଚି ଗଞ୍ଜେଇ ଜବତ କରି ଶରତଙ୍କୁ ଗିରଫ କରିଥିଲେ । ତେବେ ପଚରାଉଚରା ପରେ ମାଲକାନଗିରି ପୁଲିସ କନେଷ୍ଟବଳ ମନୋଜ କୁମାର ମୁଦୁଲିଙ୍କ ସହାୟତାରେ ଗଞ୍ଜେଇ ଚାଲାଣ କରୁଥିବା ଶରତ ଚନ୍ଦ୍ର ବୟାନ ପ୍ରକାଶ କରିଥିଲେ । ଏହାପରେ ଏସ୍‌ଡିପିଓ ଘଟଣାର ତଦନ୍ତ କରି ମନୋଜଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡ଼ିଛି। ମନୋଜ ପୂର୍ବରୁ ବଡ଼ ବଡ଼ ନେତା ଅଫିସରଙ୍କ ପାଖରେ ପିଏସ୍‌ଓ ଭାବେ କାମ କରୁଥିଲେ । ତେଣୁ ତାଙ୍କର ବଡ଼ ବଡ଼ ଅଧିକାରୀଙ୍କ ସହ ଲିଙ୍କ ଥିବା ଜାଣି ଗଞ୍ଜେଇ ବେପାରୀ ମନୋଜଙ୍କୁ ଧରି ଦୀର୍ଘ ଦିନ ହେବ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଜଣାଯାଇଛି। ମନୋଜ ସ୍ଥାନୀୟ ଅଞ୍ଚଳର ଯୁବକ ହୋଇଥିବା ବେଳେ ପୁଲିସ୍‌ରେ କାର‌୍ୟ୍ୟରତ ହେଉଥିବାରୁ ତାଙ୍କୁ ମୋଟା ଅଙ୍କର ଅର୍ଥ ଦେଇ ଗଞ୍ଜେଇ ବେପାରୀ ନିଜ କାମ କରାଇ ନେଉଥିଲେ। ଏନେଇ ପୁଲିସ୍ ପୂର୍ବରୁ ସୂଚନା ପାଇଥିବା ବେଳେ ମନୋଜଙ୍କ ଉପରେ ନଜର ରଖିଥିଲା। ଏହାପରେ ଗତକାଲି ତାଙ୍କୁ ଗିରଫ କରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!