ବୌଦ୍ଧ, (ବାଘୁଆବାର୍ତ୍ତା): ବୌଦ୍ଧ ହରଭଙ୍ଗାରେ କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ପକ୍ଷରୁ ଚଢାଉ । ଗୋଟିଏ କଲରାପତରିଆ ବାଘ ଛାଲ ଓ ଦୁଇଟି ହରିଣ ଛାଲ ଜବତ କରିଛି ଏସ୍ଟିଏଫ୍ । ଏହାସହ ଜଣେ ଶିକାରୀ ମଧ୍ୟ ଗିରଫ ହୋଇଛନ୍ତି । ଏବେବି ତନାଘନା ଜାରି ରହିଛି । ବୌଦ୍ଧ ହରଭଙ୍ଗାରେ ବାଘ ଛାଲ ଓ ହରିଣ ଛାଲ ବିକ୍ରି ନେଇ କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍କୁ ଗୁଇନ୍ଦା ସୂଚନା ମିଳିଥିଲା । ଏହି ସୂଚନା ଆଧାରରେ ଚଢାଉ କରିଥିଲା ଏସ୍ଟିଏଫ୍ । ଗ୍ରାହକ ବେଶରେ ଯାଇ ଶିକାରୀକୁ ମାଡି ବସିଲା ଏସ୍ଟିଏଫ୍ । ଶିକାରୀ ନିକଟରୁ ଗୋଟିଏ କଲରାପତରିଆ ବାଘ ଛାଲ ଓ ଦୁଇଟି ହରିଣ ଛାଲ ଜବତ ହୋଇଛି । ସେହିପରି ଏହି ଘଟଣାରେ ଆଉ କିଏ କିଏ ଜଡିତ ଅଛନ୍ତି । ସେନେଇ ଖୋଲତାଡ଼ ଜାରି ରଖିଛି କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ।





