ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଟାଉନ ପୁଲିସକୁ ମିଳିଛି ସଫଳତା । ଗଞ୍ଜେଇ ଚୋରା ଚାଲାଣ ରୋକିବାରେ ସଫଳ ହୋଇଛି । ଫୁଲବାଣୀ ଥାନା ବିଶିପଡ଼ା ଅଞ୍ଚଳ ଗୁମାଗଡ଼ା ଗ୍ରାମର ଜଳେଶ୍ୱର କଅଁରଙ୍କ ପୁଅ ସଲ୍ୟ କଅଁର ଓରଫ ଗୁଲୁକୁ ନୟାଗଡ଼ ଟାଉନ ପୁଲିସ ଗିରଫ କରିଛି । ଆସାମୀ ଠାରୁ ୨୧ କେଜି ଗଞ୍ଜେଇ ଜବତ କରିବା ସହ ବ୍ୟବହାର କରୁଥିବା ଆର ୧୫ ୟାମା ଗାଡ଼ିକୁ ଜବତ କରିଛି । ନୟାଗନ ଟାଉନ ଥାନା କେସ ନଂ ୪୩ / ୨୦୨୩ ରେ ମାମଲା ରୁଜ କରି ଆସାମୀକୁ କୋର୍ଟ ଫରୁୱାର୍ଡ କରିଛି । ଆସାମୀ ଫୁଲବାଣୀରୁ ଭୁବନେଶ୍ୱର ଗଞ୍ଜେଇ ଚାଲାଣ କରୁଥିବାର ସୁଚନା ମିଳିଥିଲା । ଏ ନେଇ ଟାଉନ ଥାନା ଆଇଆଇସି ପ୍ରଜ୍ଞାପାରମିତା ଜେନା ସୁଚନା ଦେଇଛନ୍ତି ।





