ଫୁଲବାଣୀ, (ବାଘୁଆବାର୍ତ୍ତା): ମଦ୍ୟପ ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀର ମୃତ୍ୟୁ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ କରାଣ୍ଡିବାଲି ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ସଦାଶିବ ନାୟକଙ୍କ ପତ୍ନୀ ମିନତୀ କହଁର । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ କରାଣ୍ଡିବାଲି ଅଂଚଳର ସଦାଶିବ ଓ ମିନତୀ ପ୍ରେମ ବିବାହ କରିଥିଲେ । ତେବେ ସଦାଶିବ ସର୍ବଦା ମଦ୍ୟପାନ କରୁଥିବାରୁ ସ୍ତ୍ରୀ ମିନତୀ ଏହାର ବିରୋଧ କରିଆସୁଥିଲେ । ଆଉ ଶୁକ୍ରବାର ଏ ସମ୍ପର୍କରେ ମିନତୀ ଫୋନ୍ରେ ଦାଦାଙ୍କୁ କହିଥିଲେ । ଏହାକୁ ନେଇ ରାତିରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଆଉ ସଦାଶିବ ରାଗିଯାଇ କଟୁରୀ ବେଣ୍ଟରେ ସ୍ତ୍ରୀ ମୁଣ୍ଡକୁ ମାରିବା ଫଳରେ ଘଟଣାସ୍ଥଳରେ ମିନତୀଙ୍କ ମୃତ୍ୟୁ ହୋଇଥିଲା । ପରେ ସ୍ୱାମୀ ସଦାଶିବ ଫିରିଙ୍ଗିଆ ଥାନାରେ ଆତ୍ମସମର୍ପଣ କରିଥିଲା ।





