Saturday, June 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୫ ୱିକେଟରେ ଜିତିଲା ଭାରତ

by ସଞ୍ଜୟ ସ୍ୱାଇଁ
March 17, 2023
in NATIONAL NEWS, Sports
୫ ୱିକେଟରେ ଜିତିଲା ଭାରତ
53
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ଟେଷ୍ଟ ଫର୍ମାଟରେ କ୍ରମାଗତ ବିଫଳ ଓ ଭାରତୀୟ ଟିମର ଉପ ଅଧିନାୟକ ପଦରୁ ବିଦା ହେବା ପରେ ଜବରଦସ୍ତ କମବ୍ୟାକ କରିଛନ୍ତି କେଏଲ ରାହୁଲ। ନିଜର ଫର୍ମ ପାଇଁ ସମାଲୋଚନାର ଶିକାର ହେଉଥିବା ରାହୁଲ ଆଜି ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ନିଜର ଦକ୍ଷତା ଦେଖାଇଛନ୍ତି। ସେ ଅପରାଜିତ ୭୫ ରନର ଇନିଂସ ଖେଳି ଭାରତକୁ ୫ ୱିକେଟରେ ଜିତାଇଛନ୍ତି। ରାହୁଲଙ୍କ ସହ ରବୀନ୍ଦ୍ର ଜାଡେଜା ମଧ୍ୟ ଦମଦାର ବ୍ୟାଟିଂ କରି ଅପରାଜିତ ୪୫ ରନର ଇନିଂସ ଖେଳିଛନ୍ତି। ଏହି ବିଜୟ ସହ ଟିମ ଇଣ୍ଡିଆ ୩ଟିକିଆ ଦିନିକିଆ ସିରିଜରେ ୧-୦ରେ ଆଗୁଆ ହୋଇ ଯାଇଛି। ଏବେ ୨ୟ ଦିନିକିଆ ୧୯ ତାରିଖରେ ବିଶାଖାପଟନମରେ ଖେଳାଯିବ। ମୁମ୍ବାଇର ୱାଙ୍ଖେଡେରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ପ୍ରଥମେ ଟିମ ଇଣ୍ଡିଆର ଦୁଇ ମହମ୍ମଦ କମାଲ କରିଥିଲେ। ମହମ୍ମଦ ସିରାଜ ଓ ମହମ୍ମଦ ଶାମି ମିଳିତ ଭାବେ ୬ ୱିକେଟ ଦଖଲ କରିବା ସହ ଅଷ୍ଟ୍ରେଲିଆର ରନ ହାରରେ ବ୍ରେକ ଲଗାଇ ଦେଇଥିଲେ। ଜାଡେଜା ମଧ୍ୟ ବୋଲିଂରେ ନିଜର କଳା ଦେଖାଇ ୨ଟି ୱିକେଟ ଦଖଲ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଓ କୁଲଦୀପ ଯାଦବ ଗୋଟିଏ ଲେଖାଏ ସଫଳତା ପାଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ମାର୍ଶ ୮୧ ରନର ଇନିଂସ ଖେଳିଥିଲେ ମଧ୍ୟ ପୂରା ଟିମ ୩୫.୪ ଓଭରରେ ୧୮୮ ରନ କରି ଅଲଆଉଟ ହୋଇଯାଇଥିଲା। ୧୮୯ ରନର ଟାର୍ଗେଟ ମିଳିଥିବାରୁ ଭାରତ ବେଶ ସହଜରେ ମ୍ୟାଚ ଜିତି ନେବ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ମିଚେଲ ଷ୍ଟାର୍କ ଓ ମାର୍କସ ଷ୍ଟୋଇନିସ ଭାରତର ସବୁ ଯୋଜନାରେ ପାଣି ପକାଇ ଦେଇଥିଲେ। ଷ୍ଟୋଇନିସ ଦ୍ୱିତୀୟ ଓଭରରେ ହିଁ ଈଶାନ କିଶନ(୩)ଙ୍କୁ ଆଉଟ କରିଥିଲେ। ଏହାପରେ ଷ୍ଟାର୍କ ୫ମ ଓଭର ୫ମ ବଲରେ ବିରାଟ କୋହଲି(୪) ଓ ୬ଷ୍ଠ ବଲରେ ସୂର‌୍ୟ୍ୟ କୁମାର ଯାଦବ(୦)ଙ୍କୁ ଆଉଟ କରି ଭାରତକୁ ଝଟକା ଦେଇଥିଲେ। ଶୁବମନ ଗିଲ କିଛି ଭଲ ଶଟ ମାରିଥିଲେ ହେଁ ୨୦ ରନ କରି ଷ୍ଟାର୍କଙ୍କ ତୃତୀୟ ଶିକାର ବନିଥିଲେ। ୩୯ ରନରେ ଦଳ ୪ଟି ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏହି ସମୟରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ମିଶି ରାହୁଲ ପାଳି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପାଣ୍ଡ୍ୟା ୨୫ ରନ କରିଥିବା ବେଳେ ତାଙ୍କୁ ଷ୍ଟୋଇନିସ ଜବରଦସ୍ତ ବାଉନ୍ସର ମାଧ୍ୟମରେ ଆଉଟ କରି ଦେଇଥିଲେ। ୮୩ ରନରେ ଦଳ ୫ ଜଣ ବ୍ୟାଟରଙ୍କୁ ହରାଇଥିଲା। ରାହୁଲ କ୍ରିଜରେ ଥିଲେ ମଧ୍ୟ ଫର୍ମ ପାଇଁ କିଛି ସମୟ ସଂଘର୍ଷ କରିଥିଲେ। ତାଙ୍କୁ ଜାଡେଜାଙ୍କ ସାଥ ମିଳିଥିଲା। ଉଭୟ ବେଶ ସତର୍କତାର ସହ ବ୍ୟାଟିଂ କରି ପ୍ରଥମେ କିଛି ସମୟ ପିଚ୍‌ରେ ବିତାଇଥିଲେ। ଏହାପରେ ରାହୁଲ ତାଙ୍କର ଅସଲ ଜଲୱା ଦେଖାଇଥିଲେ। ସେ ଦମଦାର ଶଟ ମାରି ୭୩ଟି ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏହାପରେ ସେ କାମେରନ ଗ୍ରୀନଙ୍କୁ ୪ ଓ ଆଡାମ ଜାମ୍ପାଙ୍କୁ ୬କା ମାରି ନିଜର ବିସ୍ଫୋରକ ରୂପ ଦେଖାଇଥିଲେ। ଗୋଟିଏ ପଟେ ରାହୁଲ ଖୋଲା ଶଟ ଖେଳୁଥିବା ବେଳେ ଜାଡେଜା ତାଙ୍କୁ ଭରପୂର ସହଯୋଗ କରିଥିଲେ। ଶେଷରେ ଉଭୟ ଅପରାଜିତ ରହି ଭାରତକୁ ମ୍ୟାଚ୍ ଜିତାଇଥିଲେ। ୬ଷ୍ଠ ୱିକେଟ ପାଇଁ ରାହୁଲ ଓ ଜାଡେଜା ଅପରାଜିତ ୧୦୯ ରନ ଯୋଡ଼ିଛନ୍ତି। ଦଳକୁ ଜିତିବା ପାଇଁ ୬ ରନ ଦରକାର ଥିବା ବେଳେ ଜାଡେଜା ଦ୍ରୁତ ବୋଲର ଷ୍ଟାର୍କଙ୍କୁ ୨ଟି ଚୌକା ମାରି ବିଜୟ ମୁଣ୍ଡି ମାରିଛନ୍ତି। ଟାର୍ଗେଟ ୧୮୯ ଥିବା ବେଳେ ଭାରତ ୩୯.୫ ଓଭରରେ ୫ ୱିକେଟ ହରାଇ ୧୯୧ ରନ ନେଇଥିଲା। ରାହୁଲ ତାଙ୍କ ୭୫ ରନ ଇନିଂସରେ ୭ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି। ସେହିପରି ଜାଡେଜା ୫ଟି ଚୌକା ସହ ଅପରାଜିତ ୪୫ ରନ କରିଛନ୍ତି। ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟାର୍କ ୩ଟି ୱିକେଟ ନେଇଥିବା ବେଳେ ଷ୍ଟୋଇନିସ ୨ଟି ସଫଳତା ପାଇଛନ୍ତି।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!