Saturday, June 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାରତର ଘାତକ ବୋଲିଂ, ୧୮୮ ରେ ଅଷ୍ଟ୍ରେଲିଆ ଅଲଆଉଟ

by ସଞ୍ଜୟ ସ୍ୱାଇଁ
March 17, 2023
in NATIONAL NEWS, Sports
ଭାରତର ଘାତକ ବୋଲିଂ, ୧୮୮ ରେ ଅଷ୍ଟ୍ରେଲିଆ ଅଲଆଉଟ
23
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ପବିତ୍ର ଶୁକ୍ରବାରରେ କମାଲ କରିଛନ୍ତି ଟିମ ଇଣ୍ଡିଆର ଦୁଇ ମହମ୍ମଦ। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ନିଜର ଜଲୱା ଦେଖାଇଛନ୍ତି ଦ୍ରୁତ ବୋଲର ମହମ୍ମଦ ଶାମି ଓ ଓ ମହମ୍ମଦ ସିରାଜ। ଦୁଇ ମହମ୍ମଦ ଯୋଡ଼ି ଅଷ୍ଟ୍ରେଲିଆର ୬ ଜଣ ବ୍ୟାଟରଙ୍କୁ ପ୍ୟାଭିଲିୟନ ପଠାଇଛନ୍ତି। ଏହି ଘାତକ ବୋଲିଂ ଯୋଗୁ କଙ୍ଗାରୁ ଟିମ ପ୍ରଥମ ଦିନିକିଆରେ କେବଳ ୧୮୮ ରନ କରି ଅଲଆଉଟ ହୋଇଯାଇଛି। ଏପରି ଦଳ ପୂରା ୫୦ ଓଭର ଖେଳିବାକୁ ମଧ୍ୟ ସକ୍ଷମ ହୋଇନି। ଅଷ୍ଟ୍ରେଲିଆ ପକ୍ଷରୁ ଓପନ ମିଚେଲ ମାର୍ଶ ବିସ୍ଫୋରକ ୮୧ ରନ କରିଥିଲେ ହେଁ ପୂରା ଦଳ କିନ୍ତୁ ୩୫.୪ ଓଭରରେ ୧୮୮ ରନ କରି ଅଲଆଉଟ ହୋଇଯାଇଛି। ଏବେ ଭାରତକୁ ୩ଟିକିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଜିତିବାକୁ ମାତ୍ର ୧୮୯ ରନର ଟାର୍ଗେଟ ମିଳିଛି। ଟିମ ଇଣ୍ଡିଆର କାମଚଳା ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହାକୁ ଦଳର ଦୁଇ ଦ୍ରୁତ ବୋଲର ମହମ୍ମଦ ଶାମି ଓ ମହମ୍ମଦ ସିରାଜ ଠିକ ସାବ୍ୟସ୍ତ କରିଥିଲେ। ମ୍ୟାଚ୍‌ର ଦ୍ୱିତୀୟ ଓଭରର ଶେଷ ବଲରେ ସିରାଜ ୫ ରନ କରିଥିବା ଟ୍ରାଭିସ ହେଡ୍‌ଙ୍କୁ ବୋଲ୍ଡ କରି ଅଷ୍ଟ୍ରେଲିଆକୁ ପ୍ରଥମ ଝଟକା ଦେଇଥିଲେ। ତେବେ ମାର୍ଶ ଓ ଅଧିନାୟକ ଷ୍ଟିଭ ସ୍ମିଥ ଦ୍ୱିତୀୟ ୱିକେଟ ପାଇଁ ୭୨ ରନ ଯୋଡ଼ିଥିଲେ। ଏହି ସମୟରେ ମାର୍ଶଙ୍କ ବ୍ୟାଟରୁ ବଡ଼ବଡ଼ ଶଟ ଦେଖିବାକୁ ମିଳିଥିଲା। ସେ ଦ୍ରୁତ ଗତିରେ ରନ ସଂଗ୍ରହ କରୁଥିବାରୁ ହିଜେ ପାଣ୍ଡ୍ୟା ବୋଲିଂ କରିବାକୁ ଆସିଥିଲେ। ଅଷ୍ଟ୍ରେଲିଆର ସ୍କୋର ୭୭ ଥିବା ବେଳେ ସେ ୨୨ ରନ କରିଥିବା ସ୍ମିଥଙ୍କୁ ଆଉଟ କରି ଏହି ଯୋଡ଼ିକୁ ଭାଙ୍ଗିଥିଲେ। ସ୍ମିଥ ଆଉଟ ହୋଇଥିଲେ ମଧ୍ୟ ଏହାର ପ୍ରଭାବ ମାର୍ଶଙ୍କ ଉପରେ ପଡ଼ି ନଥିଲା। ସେ ଦ୍ରୁତ ଗତିରେ ରନ ସଂଗ୍ରହ କରିବାରେ ଲାଗିଥିଲେ। ଏଥିସହ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ଦଳୀୟ ସ୍କୋର ୧୨୯ ଥିବା ବେଳେ ରବୀନ୍ଦ୍ର ଜାଡେଜା ୮୧ ରନ କରିଥିବା ମାର୍ଶଙ୍କୁ ସିରାଜଙ୍କ ହାତରେ କ୍ୟାଚ କରାଇ କଙ୍ଗାରୁ ଟିମକୁ ସବୁଠାରୁ ବଡ଼ ଝଟକା ଦେଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ବିପର‌୍ୟ୍ୟୟ। ଅଷ୍ଟ୍ରେଲିଆର ଜଣଙ୍କ ପରେ ଜଣେ ବ୍ୟାଟର ଆଉଟ ହେବାରେ ଲାଗିଥିଲେ। ଜୋଶ ଇଙ୍ଗଲିଶ ୨୬ ରନ କରି କିଛି ସମୟ ଲଢ଼େଇ କରିଥିଲେ ମଧ୍ୟ ଏହା ସମୁଦ୍ରକୁ ଶଙ୍ଖେ ସଦୃଶ ହୋଇଥିଲା। ତାଙ୍କୁ ମହମ୍ମଦ ଶାମି କ୍ଲିନବୋଲ୍ଡ କରି ଅଷ୍ଟ୍ରେଲିଆର ସବୁ ଆଶାରେ ପାଣି ପକାଇ ଦେଇଥିଲେ। ମାର୍ନସ ଲାବୁଶେନ(୧୫)ଙ୍କୁ କୁଲଦୀପ ଯାଦବ ଆଉଟ କରିଥିବା ବେଳେ କାମେରନ ଗ୍ରୀନ(୧୫)ଙ୍କୁ ଶାମି, ଗ୍ଲେନ ମ୍ୟାକ୍ସୱେଲ(୮)ଙ୍କୁ ଜାଡେଜା ଓ ମାର୍କସ ଷ୍ଟୋଇନିସ(୫) ଶାମିଙ୍କ ଶିକାର ବନିଥିଲେ। ଶେଷ ଭାଗରେ ସିରାଜ ତାଙ୍କ କମାଲ ଦେଖାଇଥିଲେ। ସେ ପ୍ରଥମେ ସେନ ଆବ୍ବୋଟ୍ଟ(୦) ଓ ଆଡାମ ଜାମ୍ପା(୦)ଙ୍କୁ ଆଉଟ କରି ଅଷ୍ଟ୍ରେଲିଆ ଇନିଂସକୁ ୧୮୮ ରନରେ ଅଟକାଇ ଦେଇଥିଲେ। ଭାରତ ପକ୍ଷରୁ ମହମ୍ମଦ ଶାମି ଓ ମହମ୍ମଦ ସିରାଜ ୩ଟି ଲେଖାଏ ୱିକେଟ ନେଇଥିବା ବେଳେ ଜାଡେଜା ୨ଟି, ହାର୍ଦ୍ଦିକ ଓ କୁଲଦୀପ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି। ଶାମି ୬ ଓଭରରେ ମାତ୍ର ୧୭ ରନ ଓ ସିରାଜ ୫.୪ ଓଭରରେ ୨୯ ରନ ଖର୍ଚ୍ଚ କରିଛନ୍ତି।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!