ନୟାଗଡ଼,(ବାଘୁଆବାର୍ତ୍ତା): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୩ ଶହ ମୁହାଁ । ଗତକାଲି ସକାଳୁ ଏହି ସଂଖ୍ୟା ୨୧୯ ରହିଥିବା ବେଳେ ରାତି ସୁଦ୍ଧା ଏହି ସଂଖ୍ୟା ୨୭୦ ରହିଥିଲା । ଆଜି ସକାଳୁ ପୁଣି ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ମୟୁରଭଞ୍ଜ ଜିଲ୍ଲାର ୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮୭ରେ ପହଂଚିଥିବା ବେଳେ ଏହି ସଂଖ୍ୟା ତିନି ଦିନରେ ୧୦୦ ଟିପିଛି । ୩ ଦିନ ତଳେ ରାଜ୍ୟର ଆକ୍ରାନ୍ତ ସଂଖ୍ୟା ୧୮୫ ରହିଥିବା ବେଳେ ଏବେ ୨୮୭ରେ ପହଂଚିଛି ।






