ଲମତାପୁଟ, (ବାଘୁଆବାର୍ତ୍ତା): ମାଛକୁଣ୍ଡ ପୋଲିସକୁ ବଡ଼ ସଫଳତା । ଆନ୍ଧ୍ରରୁ ମହାରାଷ୍ଟ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ିବସିଲା ମାଛକୁଣ୍ଡ ପୋଲିସ। ବିଶେଷ ସୂତ୍ରରୁ ପାଇ ଖବର କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସଡିପିଓଙ୍କ ନେତୃତ୍ଵରେ ମାଛକୁଣ୍ଡ ଏବଂ ଲମତାପୁଟ ପୋଲିସ ମିଳିତ ଭାବରେ ବଙ୍ଗତଲବୀର ଗ୍ରାମ ଛକ ନିକଟରେ ନାକା ବନ୍ଦୀ କରିଥିଲା । ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ନମ୍ବର ବିହୀନ ଗାଡିକୁ ଅଟକାଇ ଯାଞ୍ଚ୍ କରିବାରୁ ୩ଟି ବସ୍ତାରୁ ଏକ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଥିଲା । ଏହା ସହ ଗାଡିରେ ଥିବା ୩ ଅଭଯୁକ୍ତଙ୍କୁ ଗିରଫ କରି ଯାଞ୍ଚ୍ କରିବାରୁ ନଗଦ ୩୦ ହଜାର ଟଙ୍କା ଏବଂ ୫ଟି ମୋବାଇଲ ଜବତ କରିଛି ପୋଲିସ । ୩ ଟି ବସ୍ତାରେ ପ୍ରାୟ ଏକ କୁଇଣ୍ଟାଲ ଗଞ୍ଜେଇ ଥିବା ବେଳେ ଏହାର ମୂଲ୍ୟ ୧୦ ଲକ୍ଷ ହେବ ବୋଲି ପୋଲିସ ସୂଚନା ଦେଇଛି । ଗିରଫ ୩ ବ୍ୟକ୍ତି ହେଲେ ମୁନେତ ମହାରଷ୍ଟର ଅଞ୍ଚଳର ମହମଦ ସେଖ, ନାରାୟଣ ସାନ୍ତାରମଣ ଚୌଧାରୀ ଏବଂ ରାହୁଲ ଇରାମନ ଇଙ୍ଗେଲେ ବୋଲି ଜଣାପଡିଛି । ଅଟକ ଗଞ୍ଜେଇ ମାଫିଆଙ୍କୁ ପୋଲିସ ପଚାରଉଚୁର କରୁଛି।





