Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୦ ମାର୍ଚ୍ଚରେ ବିବାହ, ତଚୁର୍ଥୀ ପରେ ମିଳିଲା ଶବ

by ସଞ୍ଜୟ ସ୍ୱାଇଁ
March 15, 2023
in Crime, State
୧୦ ମାର୍ଚ୍ଚରେ ବିବାହ, ତଚୁର୍ଥୀ ପରେ ମିଳିଲା ଶବ
189
VIEWS
Share on FacebookShare on Twitter

ଘଟଗାଁ, (ବାଘୁଆବାର୍ତ୍ତା): ପାଦରୁ ଲିଭିନି ଅଳତା, ଲିଭିଗଲା ଜୀବନ ଦୀପ : ଗାଁ ଜଙ୍ଗଲରୁ ମିଳିଲା ବରର ଝୁଲନ୍ତା ମୃତଦେହ । ବାହାଘରର ୫ ଦିନ ପରେ ମିଳିଲା ଯୁବକଙ୍କ ମୃତଦେହ । ଗାଁ ପାଖ ଜଙ୍ଗଲରୁ ମିଳିଛି ନିଖୋଜ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ । ମୃତ ଯୁବକ ହେଲେ କାଳିମାଟି ଗାଁର ନିର୍ମଳ ସାହୁ । ନିର୍ମଳ ଗତ ୧୦ ମାର୍ଚ୍ଚରେ ବିବାହ କରିଥିଲେ । ମାର୍ଚ୍ଚ ୧୩ରେ ନିର୍ମଳଙ୍କର ଚତୁର୍ଥୀ ସରିଥିଲା । ହେଲେ ଚତୁର୍ଥୀ ପର ଦିନ ମାନେ ୧୪ ମାର୍ଚ୍ଚ ଦିନ ସକାଳୁ ବଗିଚାକୁ ପିଆଜ ଆଣିବାକୁ ଯାଉଛି ବୋଲି କହିଥିଲେ । ହେଲେ ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ବି ତାଙ୍କର କୌଣସି ପତ୍ତା ମିଳିନଥିଲା । ଶେଷରେ ବୁଧବାର ଦିନ ଗାଁ ପାଖ ଜଙ୍ଗଲରୁ କିଛି ଲୋକେ ମହୁଲ ଗୋଟାଇବାକୁ ଯାଇଥିଲା । ମହୁଲ ଗୋଟାଇବା ବେଳେ ସେମାନେ ନିର୍ମଳଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ । ନିର୍ମଳ ବେକରେ ନିଜେ ପିନ୍ଧିଥିବା ଲୁଙ୍ଗିକୁ ବେକରେ ବାନ୍ଧି ଆତ୍ମହତ୍ୟା କରିଛନ୍ତି । ଏହାପରେ ଗାଁଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଛି । ତେବେ ନିର୍ମଳ ଆତ୍ମହତ୍ୟା କଲେ ନା ଆଉ କଣ । ତାହା ପୋଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ । ଯଦି ବି ଆତ୍ମହତ୍ୟା କରିଥାନ୍ତି । ତେବେ ଏହା ପଛର କାରଣ କ’ଣ ? ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ପୋଲିସ । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମ୍‌ର ସହଯୋଗ ନେଇପାରେ ପୋଲିସ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!