Tuesday, September 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦିନ ଦ୍ୱିପହରରେ ହାଉସିଂବୋର୍ଡ଼ରୁ ଚୋରୀ

by Anil Panda
May 8, 2020
in Crime
ଦିନ ଦ୍ୱିପହରରେ ହାଉସିଂବୋର୍ଡ଼ରୁ ଚୋରୀ
31
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ସହର ଉପକଣ୍ଠରେ ନିର୍ମିତ ହାଉସିଂବୋର୍ଡ କଲୋନି ଏବେ ନିଶାଡ଼ି ଓ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ନୟାଗଡ଼ ସହରର ପଶ୍ଚିମରେ ଜିଲ୍ଲାପାଳ ଏବଂ ଏସ୍‌.ପିଙ୍କ କ୍ୱାଟରଠାରୁ ଅତି ନିକଟରେ ନିର୍ମାଣ ହୋଇଥିବା ଏହି କଲୋନିରେ ଷ୍ଟେଟ୍ ହାଉସିଂ ବୋର୍ଡ଼ ୧୮୭ଟି କ୍ୱାର୍ଟର ଏବଂ ୫ଟି ଫ୍ଲାଟ ନିର୍ମାଣ କରିଛି । ଏହି କଲୋନିରେ ଏବେ ବାସଗୃହର ଫିନସିଙ୍ଗ କାମ ଶେଷ କରି ୨୦ ରୁ ୨୫ ପରିବାର ରହିଛନ୍ତି । ଅନ୍ୟ କିଛି ବାସଗୃହରେ ଲୋକମାନେ ରହିବା ପାଇଁ ଘର କାର୍ଯ୍ୟ କରୁଥିବା ବେଳେ ବହୁତ ଗୁଡ଼ିଏ ଘର ପରିତ୍ୟକ୍ତ ହୋଇପଡ଼ିରହିଛି । ଫଳରେ ପଡ଼ି ରହିଥିବା ପରିତ୍ୟକ୍ତ ଘର ଏବଂ ନିକଟସ୍ଥ ଅଂଚଳରେ ଏବେ ନିଶାଡ଼ି ଓ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଫଳରେ ଦିନ ଦ୍ୱିପହରରେ ମଧ୍ୟ ଏଠାରୁ ଲୁଟ ହେଉଥିବା ଜଣାଯାଇଛି । ଏଠାରେ ଘର ନେଇଥିବା ଶିକ୍ଷକ ତଥା କବି ଓ ଅନୁବାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ ନିଜର ଘରକୁ ବାସପୋଯୋଗୀ କରିବା ପାଇଁ ନିର୍ମାଣ କାର୍ଯ୍ୟ କରୁଛନ୍ତି । ଏମ୍‌ଆଇଜି ୨୧ ନଂ ଘର ନିର୍ମାଣ ପାଇଁ ଆବଶ୍ୟକ ଉପକରଣ ରଖିଥିବା ବେଳେ ଗୁରବାର ଦିନ ଦ୍ୱିପହରରେ କିଛି ଅସାମାଜିକ ବ୍ୟକ୍ତି ତାଙ୍କ ଘରର ତାଲା ଭାଙ୍ଗି ଏକ ପାଣି ପମ୍ପ ଚୋରୀ କରି ନେଇଥିବା, ସେ ଥାନାରେ ଅଭିଯୋଗ କରିଛନ୍ତି । ନିକଟରେ ଲାଗିଥିବା ଏକ ସିସିଟିଭିରେ ଚୋରୀ କରିବାକୁ ଆସିଥିବା ଦୁଇ ଯୁବକଙ୍କ ଫଟୋ କୟଦ ହୋଇଥିବା ବେଳେ ଏବେ ତାହା ତଦନ୍ତ ପରିସର ଭୁକ୍ତ ରହିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!