ଫୁଲବାଣୀ, (ବାଘୁଆବାର୍ତ୍ତା): କନ୍ଧମାଳ ଜିଲ୍ଲା ଟିକାବାଲି ଥାନାର ଜଣେ କର୍ତ୍ତବ୍ୟରତ କନଷ୍ଟେବଲ ସୋମବାର ସକାଳେ ନିଜ ବାସଭବନରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତ କନେଷ୍ଟବଳଜଣକ ହେଉଛନ୍ତି ଶ୍ରୀନିବାସ ଘଟାଲା । ଶ୍ରୀନିବାସ କାହିଁକି ଓ କଣ ପାଇଁ ଆତ୍ମହତ୍ୟା କଲେ ତାହା ଏଯାଏଁ ଜଣାପଡ଼ିନି। ଶ୍ରୀନିବାସଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ଝିଅ ଯୁକ୍ତ ଦୁଇ କଲେଜରେ ପଢୁଥିବାବେଳେ ପୁଅ ଦଶମ ରେ ପାଠ ପଢୁଛି । ଖବର ପାଇ ଘଟଣାସ୍ଥଳରେ ଜି ଉଦୟଗିରି ଏସ୍ ଡିପିଓ ଏବଂ ବାଲିଗୁଡା ଏସଡିପିଓ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ପାରିବାରିକ ଅଶାନ୍ତି ଯୋଗୁଁ ଶ୍ରୀନିବାସ ଆତ୍ମହତ୍ୟା କରିଥିବା କୁହାଯାଉଛି । ସେହିପରି ଗତ କିଛିମାସ ତଳେ ଜି ଉଦୟଗିରି ଥାନାର ମହିଳା ସବଇନ୍ସପେକେଟର ଜଣେ ଆତ୍ମହତ୍ୟା କରିଥିଲେ।





