Saturday, June 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବର୍ଡର-ଗାଭାସ୍କର ଟ୍ରଫି ଜିତିଲା ଭାରତ

by ସଞ୍ଜୟ ସ୍ୱାଇଁ
March 13, 2023
in NATIONAL NEWS, Sports
ବର୍ଡର-ଗାଭାସ୍କର ଟ୍ରଫି ଜିତିଲା ଭାରତ
131
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ବର୍ଡର-ଗାଭାସ୍କର ଟ୍ରଫି ନିଜ ପାଖରେ ରଖିଛି ଟିମ ଇଣ୍ଡିଆ। ଅହମଦାବାଦରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ର ଶେଷ ମ୍ୟାଚ୍ ଅମୀମାଂସିତ ରହିଛି। ମ୍ୟାଚ୍ ଡ୍ର ରହିବାରୁ ଭାରତ ୨-୧ରେ ଅଷ୍ଟ୍ରେଲିଆକୁ ମାତ୍ ଦେଇ ଟେଷ୍ଟ ସିରିଜ କବଜା କରିଛି। ଭାରତ ନାଗପୁର ଓ ଦିଲ୍ଲୀ ଟେଷ୍ଟ ଜିତି ୪ଟିକିଆ ସିରିଜ୍‌ରେ ୨-୦ରେ ଆଗୁଆ ହୋଇଯାଇଥିଲା। ହେଲେ ଇନ୍ଦୋର ଟେଷ୍ଟରେ ଦଳକୁ ହାରିବାକୁ ପଡ଼ିଥିଲା। ଫଳରେ ଟେଷ୍ଟ ସିରିଜ୍ ୨-୧ ସ୍ଥିତିକୁ ଚାଲି ଆସିଥିଲା। ଏବେ ୪ର୍ଥ ଟେଷ୍ଟ ଡ୍ର ରହିବାରୁ ଭାରତ ୨-୧ରେ ସିରିଜ କବଜା କରିଛି। ପ୍ରଥମ ଇନିଂସରେ ୧୮୬ ରନର ଇନିଂସ ଖେଳିଥିବା ବିରାଟ କୋହଲିଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି। ବିରାଟ ମ୍ୟାଚ୍‌ର ୪ର୍ଥ ଦିନରେ ଶତକ ହାସଲ କରିଥିଲେ। ଦୀର୍ଘ ସାଢ଼େ ୩ ବର୍ଷ ପରେ ତାଙ୍କ ବ୍ୟାଟରୁ ଟେଷ୍ଟ କ୍ରିକେଟରେ ଶତକ ଦେଖିବାକୁ ମିଳିଥିଲା। ସେହିପରି ରବୀନ୍ଦ୍ର ଜାଡେଜା ଓ ରବି ଅଶ୍ୱିନଙ୍କୁ ମିଳିତ ଭାବେ ମ୍ୟାନ ଅଫ ଦି ସିରିଜ ପୁରସ୍କାର ମିଳିଛି। ଏହାପୂର୍ବରୁ ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲ୍ୟାଣ୍ଡର ବିଜୟ ଭାରତକୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଟିକେଟ ଦେଇଥିଲା। ଅଷ୍ଟ୍ରେଲିଆ ଓ ଭାରତ ପରସ୍ପର ସହ ଜୁନ ୭ରୁ ଲଣ୍ଡନର ଓଭାଲରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ମ୍ୟାଚ୍ ଖେଳିବେ। ଅହମଦାବାଦ ଟେଷ୍ଟକୁ ବିଚାରକୁ ନେଲେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଉସମାନ ଖ୍ୱାଜାଙ୍କ ୧୮୦ ଓ କାମେରନ ଗ୍ରୀନଙ୍କ ୧୧୪ ରନ ବଳରେ କଙ୍ଗାରୁ ଟିମ ପ୍ରଥମ ଇନିଂସରେ ବିଶାଳ ୪୮୦ ରନ କରିଥିଲା। ଏହାର ଜବାବ ଭାରତ ଦେବାକୁ ଆଦୌ ପଛାଇ ନଥିଲା। ବିରାଟ କୋହଲିଙ୍କ ୧୮୬ ଓ ଶୁବମନ ଗିଲଙ୍କ ୧୨୮ ରନ ଭାରତ ତା’ର ପ୍ରଥମ ଇନିଂସରେ ୫୭୧/୯ ରନ କରିଥିଲା। ଶ୍ରେୟସ ଆୟର ଆହତ ଯୋଗୁ ଭାରତ ପାଇଁ ପ୍ରଥମ ଇନିଂସରେ ବ୍ୟାଟିଂ କରି ନଥିଲେ। ବିରାଟ କୋହଲି ୯ନଂ ବ୍ୟାଟର ଭାବେ ଆଉଟ ହେବାରୁ ଭାରତର ପ୍ରଥମ ଇନିଂସରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ତଥାପି ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ଠାରୁ ଦଳ ୯୧ ରନ ଅଧିକ କରି ନେଇଥିଲା। ୪ର୍ଥ ଦିନରେ ଅଷ୍ଟ୍ରେଲିଆ ତା’ର ଦ୍ୱିତୀୟ ଇନିଂସରେ ୬ ଓଭର ବ୍ୟାଟିଂ କରି ୩ ରନ କରିଥିଲା। ଆଜି ୫ମ ଦିନରେ ଅଷ୍ଟ୍ରେଲିଆ ତା’ର କାମଚଳା ଓପନର ମାଥ୍ୟୁ କୁହ୍ନେମାନ(୬)ଙ୍କୁ ହରାଇଥିଲା। ରବି ଅଶ୍ୱିନ ଏହି ୱିକେଟ ଦଖଲ କରିଥିଲେ। ଏହାପରେ ଭାରତୀୟ ବୋଲରମାନେ ଟ୍ରାଭିସ ହେଡ୍ ଓ ମାର୍ନସ ଲାବୁଶେନଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରିଥିଲେ। ହେଲେ ଉଭୟ ବେଶ ସତର୍କତାର ସହ ବ୍ୟାଟିଂ କରି ମ୍ୟାଚ୍‌କୁ ଡ୍ର ଅଭିମୁଖେ ନେଇ ଯାଇଥିଲେ। ଲଞ୍ଚ ପରେ ହେଡଙ୍କ ବ୍ୟାଟରୁ କିଛି ବଡ଼ ଶଟ ଦେଖିବାକୁ ମିଳିଥିଲା। ଲାଗୁଥିଲା ସେ ଶତକ ହାସଲ କରିନେବେ। କିନ୍ତୁ ସେ ୯୦ ରନ କରିଥିବା ବେଳେ ଅକ୍ଷର ପଟେଲଙ୍କ ବଲରେ କ୍ଲିନବୋଲ୍ଡ ହୋଇଯାଇଥିଲେ। ଏହାପରେ ଲାବୁଶେନ ସ୍ଥିତି ସମ୍ଭାଳିବା ସହ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଷ୍ଟିଭ ସ୍ମିଥ ତାଙ୍କୁ ସାଥ ଦେଇଥିଲେ। ଲାବୁଶେନ ୬୩ ଓ ସ୍ମିଥ ୧୦ ରନ କରିଥିବା ବେଳେ ଅଷ୍ଟ୍ରେଲିଆ ସ୍କୋର ୧୭୫/୨ ରହିଥିଲା। ଏତିକି ବେଳେ ସ୍ମିଥ ନିୟମ ଅନୁସାରେ ୧୦ ମିନଟ ପୂର୍ବରୁ ପାଳି ଘୋଷଣା କରିଥିଲେ। ଏହି ସମୟରେ ଅଷ୍ଟ୍ରେଲିଆ ୬୭ ରନର ଲିଡ୍ ହାସଲ କରିଥିଲା। କିନ୍ତୁ ମ୍ୟାଚ୍‌ର ରେଜଲ୍ଟ ବାହାରିବାର ସମ୍ଭାବନା କମ ଥିବାରୁ ଦୁଇ ଦଳର ସହମତିରେ ଅମ୍ପାୟାର ମ୍ୟାଚ୍‌କୁ ସେହି ଠାରେ ହିଁ ବନ୍ଦ କରିଥିଲେ। ଆଇସିସିର ନିୟମ ଅନୁଯାୟୀ, ଦୁଇ ଦଳ ରେଜଲ୍ଟ ବାହାରିବାର ସମ୍ଭାବନା କମ ଥିବା ମ୍ୟାଚ୍‌କୁ ଆଗୁଆ ଚାହିଁଲେ ବନ୍ଦ କରିପାରିବେ। ସେହି ଆଧାରରେ ଅହମଦାବାଦ ଟେଷ୍ଟ ଡ୍ରରେ ଶେଷ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆଜି ଶୁବମନ ଗିଲ୍ ତାଙ୍କ ଟେଷ୍ଟ କ୍ୟାରିୟରରେ ପ୍ରଥମଥର ବୋଲିଂ କରିଥିଲେ। ସେହିପରି ଚେତେଶ୍ୱର ପୂଜାରା ମଧ୍ୟ ଗୋଟିଏ ଓଭର ବୋଲିଂ କରି ୧ ରନ ଦେଇଛନ୍ତି। ଗିଲ୍ ୧.୧ ଓଭରରେ ୧ ରନ ଖର୍ଚ୍ଚ କରିଛନ୍ତି। ଭାରତ କ୍ରମାଗତ ୪ର୍ଥ ଥର ପାଇଁ ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫିର ଟେଷ୍ଟ ସିରିଜ ଜିତିଛି। ଅଷ୍ଟ୍ରେଲିଆ ୨୦୧୪-୧୫ରେ ଶେଷ ଥର ପାଇଁ ଏହି ଟ୍ରଫି ଜିତିଥିଲା। ଏହାପର ଠାରୁ ଅର୍ଥାତ ୨୦୧୭, ୨୦୧୮-୧୯, ୨୦୨୦-୨୧ ଓ ୨୦୨୩ରେ ଭାରତ ଟ୍ରଫି ଜିତିବାକୁ ସକ୍ଷମ ହୋଇଛି।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!