Saturday, June 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଷ୍ଟମ ରାଜ୍ୟସ୍ତରୀୟ ମା’ ଭୈରବୀ ପୁରୁଷ ଓ ମହିଳା କବାଡ଼ି ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଆସ୍କା ଓ କଟକ ବିଜୟୀ

by ସଞ୍ଜୟ ସ୍ୱାଇଁ
March 13, 2023
in Nayagarh, Sports, State
ଅଷ୍ଟମ ରାଜ୍ୟସ୍ତରୀୟ ମା’ ଭୈରବୀ ପୁରୁଷ ଓ ମହିଳା କବାଡ଼ି ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଆସ୍କା ଓ କଟକ ବିଜୟୀ
137
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ବ୍ଲକ ଅନ୍ତର୍ଗତ ନୋତର ପଞ୍ଚାୟତ ଶଙ୍ଖେଇ ଗ୍ରାମରେ ଅଷ୍ଟମ ରାଜ୍ୟସ୍ତରୀୟ ମହିଳା ଓ ପୁରୁଷ କବାଡି ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଶଙ୍ଖେଇ ମା’ ଭୈରବି କବାଡ଼ି ଟୁର୍ଣ୍ଣାମେଣ୍ଟ ଦ୍ୱାରା ଆୟୋଜିତ ଉକ୍ତ ଟୁର୍ଣ୍ଣାମେଣ୍ଟ ରେ ରାଜ୍ୟସ୍ତରର ବହୁ ବହୁ ପ୍ରତିଷ୍ଠିତ ଖେଳାଳୀମାନେ ଯୋଗ ଦେଇଥିଲେ । ପୁରୁଷ ବର୍ଗରେ କିଶୋର କ୍ଲବ ଭୁବନେଶ୍ୱର, ନୂଆପଡ଼ା, ପିପିଲି, ଆସ୍କା, କଟକ, ଢେଙ୍କାନାଳ, ନୟାଗଡ଼ ଓ ଜାଜପୁର ଜିଲ୍ଲାର ପୁରୁଷ ଖେଳାଳୀ ମାନେ ଯୋଗ ଦେଇଥିଲେ । ସେହିପରି ଭାବେ ମହିଳା କବାଡ଼ି ଟୁର୍ଣ୍ଣାମେଣ୍ଟରେ କିଶୋର କ୍ଲବ ଭୁବନେଶ୍ୱର, କଟକ, ଯାଜପୁର ଓ ପୁରୀର ପିପିଲି ଦଳ ଯୋଗଦାନ କରିଥିଲେ ।

ଶଙ୍ଖେଇ ଛକ ଖେଳ ପଡିଆଠାରେ ଅନୁଷ୍ଠିତ ୩ ଦିନିଆ କବାଡ଼ି ଟୁର୍ଣ୍ଣାମେଣ୍ଟ ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଯୋଗଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ.ଦେବାଶିଷ ପଟ୍ଟନାୟକ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ନୟାଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ରବିନ୍ଦ୍ର କୁମାର ସାହୁ, ଜିଲ୍ଲା ପରିଷଦ ସରୋଜ ରଣସିଂ, କ୍ଷୀରୋଦ ମହାପାତ୍ର, କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ଦୁର୍ଯ୍ୟୋଧନ ବେହେରା, ନୟାଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡା, ସ୍ଥାନୀୟ ସରପଞ୍ଚ ଦେବାଶିଷ ଦଳେଇ, ସମିତି ସଭ୍ୟା ଗୋଲାପ ଦଳବେହେରା, ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ, ପୂର୍ବତନ ସରପଞ୍ଚ ମୁରଲିଧର ବରାଡ଼, ପଞ୍ଚାୟତ ବିଜେଡି ସଭାପତି ବସନ୍ତ ପଲ୍ଲେଇ ଓ ସମାଜସେବୀ ନୀଳମଣି ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଉକ୍ତ ଟୁର୍ଣ୍ଣାମେଣ୍ଟ ୩ ଦିନ ଧରି ଅନୁଷ୍ଠିତ ହୋଇଥିଲା ।

ଗତକାଲି ଉଦଯାପନି ଉତ୍ସବରେ ମହିଳା କବାଡ଼ି ବିଭାଗରେ ଯାଜପୁର ବିରଜାକୁ ହରାଇ ଗଞ୍ଜାମର ଆସ୍କା ବିଜୟ ଲାଭ କରିଛି । ସେହିପରି ପୁରୁଷ ବିଭାଗରେ ଭୁବନେଶ୍ୱର କିଶୋର କ୍ଲବକୁ ହରାଇ କଟକ ବିଜୟ ଲାଭ କରିଥିଲା । ମୁଖ୍ୟ ଅତିଥିମାନେ ବିଜୟୀ ଦଳକୁ ପୁରସ୍କାର ଅର୍ଥରାଶି ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଡ. ସାହୁ କବାଡ଼ି ଖେଳ ଆୟୋଜନ କରିଥିବା ସମସ୍ତ ଯୁବ ଗୋଷ୍ଠିଙ୍କୁ ପ୍ରଶଂସା କରିଥିଲେ । କବାଡ଼ି ଖେଳକୁ ବଞ୍ଚାଇ ରଖିବା ପାଇଁ ଯୁବକ ମାନେ ଯେଉଁ ଉଦ୍ୟମ ଯାରି ରଖିଛନ୍ତି ଏହା ନୟାଗଡ଼ ପାଇଁ ଗର୍ବ ଓ ଗୌରବର କଥା । ଶରୀରକୁ ଫିଟ କରିବାକୁ ହେଲେ ଖେଳ କୁଦର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ । କବାଡ଼ି ଖେଳ ଦେଖିବା ପାଇଁ ଆଖପାଖ ଅଞ୍ଚଳର ବହୁ ଯୁବ ଗୋଷ୍ଠି ସାମିଲ ହୋଇଥିଲେ ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!