Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟିପ ଚିହ୍ନ ନେଇ ୪୦ ଲକ୍ଷ ଲୁଟ, ବ୍ୟାଙ୍କ ଭିତରେ ରାତି ସାରା ବାପପୁଅ

by ସଞ୍ଜୟ ସ୍ୱାଇଁ
March 11, 2023
in Crime, Nayagarh, State
ଟିପ ଚିହ୍ନ ନେଇ ୪୦ ଲକ୍ଷ ଲୁଟ, ବ୍ୟାଙ୍କ ଭିତରେ ରାତି ସାରା ବାପପୁଅ
528
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ ଦେଖା ଦେଇଛି ଏକ ଅଭାବନିୟ ଘଟଣା । ଜଣେ ବୃଦ୍ଧଙ୍କ ଠାରୁ ପାଠ ନପଢ଼ିବାର ସୁଯୋଗ ନେଇ କିଛି ଯୁବକ ୪୦ ଲକ୍ଷ ଟଙ୍କା ଲୁଟ କରି ନେଇଛନ୍ତି । ନୟାଗଡ଼ ଜିଲ୍ଲା ଦଶପଲ୍ଲା ମଧ୍ୟଖଣ୍ଡର ବୃଦ୍ଧ ରଜନୀ ପ୍ରଧାନ । ନୟାଗଡ଼ ତହସିଲ ମୁକ୍ତାପୁରରେ ନିର୍ମାଣ ଚାଲିଥିବା ବାଇପାସ କାମ ପାଇଁ ଦଶପଲ୍ଲାର ବୃଦ୍ଧ ରଜନୀ ପ୍ରଧାନଙ୍କର ୨୫ ଡିସିମିଲ ଯାଗା ଜାଇଥିଲା । ଏଥି ନିମନ୍ତେ ତାଙ୍କୁ ୪୦ ଲକ୍ଷ ଟଙ୍କା ମିଳିଥିଲା । ଉକ୍ତ ଟଙ୍କା ଆଇଡିବିଆଇ ବ୍ୟାଙ୍କରେ ଡିପୋଜିଟ ହୋଇଥିଲା । ଏହି ଟଙ୍କାକୁ ଜାଲିଆତି କରି ମୁକ୍ତାପୁର ଗ୍ରାମର ୩ ଜଣ ନେଇଯାଇଥିବା ଅଭିଯୋଗ ହୋଇଛି । ବୃଦ୍ଧାଙ୍କ କହିବା ଅନୁଯାଇ ମୁଁ କିଛି ପାଠ ପଢ଼ିନି କି କିଛି ଜାଣିନି। ମୋ’ଠୁ ଟିପ ଚିହ୍ନ ନେଇ ୩ ଯୁବକ ମୋ’ ଆକାଉଣ୍ଟରୁ ୪୦ ଲକ୍ଷ ନେଇଗଲେ। ଏବେ ବ୍ୟାଙ୍କ କର୍ମଚାରୀଙ୍କୁ କହିଲେ କିଛି ଶୁଣୁ ନାହାନ୍ତି। ବ୍ୟାଙ୍କ କହୁଛି ଥାନାକୁ ଯାଅ, ପୁଲିସ୍ କହୁଛି ବ୍ୟାଙ୍କକୁ ଯାଅ । ଆମେ କେମିତି ଆମ ଟଙ୍କା ଫେରି ପାଇବୁ, କିଛି ଜାଣି ପାରୁନୁ। ତେଣୁ ବ୍ୟାଙ୍କ ଆଗରେ ଧାରଣା ଦେଇଛୁ।’ ଗତକାଲି ରାତି ସାରା ନୟାଗଡ଼ ଜିଲ୍ଲା ଆଇଡ଼ିବିଆଇ ବ୍ୟାଙ୍କ ଭିତରେ ଜଣେ ବୃଦ୍ଧ ନିଜ ପୁଅ ସହ ଧାରଣାରେ ବସି ରହିଥିବା ବେଳେ ବ୍ୟାଙ୍କ କର୍ମଚାରୀ ବାହାରୁ ତାଲା ମାରି ଛୁ ହୋଇଗଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି । ସେମାନେ ବୟସ୍କ ରଜନୀଙ୍କଠାରୁ ଟିପ ଚି଼ହ୍ନ ନେଇ ବ୍ୟାଙ୍କରୁ ୪୦ ଲକ୍ଷ ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ନୟାଗଡ଼ ଟାଉନ ଥାନାରେ ଅଭିଯୋଗ ହୋଇଛି । ତେବେ ଏହି ଜାଲିଆତି ଘଟଣାରେ ବ୍ୟାଙ୍କ କର୍ମଚାରୀଙ୍କ ସମ୍ପୃକ୍ତି ଅଭିଯୋଗ ସହ ୪୦ଲକ୍ଷ ଟଙ୍କା ଫେରିପାଇବାକୁ ଧାରଣା ଦେଇଛନ୍ତି ବାପା ପୁଅ । ଅପରପକ୍ଷେ ରଜନୀ କହିଛନ୍ତି, ମୁଁ ଅପାଠୁଆ । ଟିପ ଚିହ୍ନ ନେଇ ମୋ’ ଟଙ୍କା ହାତେଇନେଲେ। ବ୍ୟାଙ୍କ କର୍ମଚାରୀ କିଛି ସାହାଯ୍ୟ କରୁ ନାହାନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!