ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବିଶାଖାପାଟଣା ଡି.ଆର.ଆଇ ଅଧିକାରୀ କୋଲକାତାରୁ ଶ୍ରୀକାକୁଲମ ରେଳ ଷ୍ଟେସନରେ କୋଲକାତାରୁ ଟ୍ରେନ ନଂ ୧୨୮୩୯ ଚେନ୍ନାଇ ମେଲ (ହାୱଡ଼ାରୁ ଚେନ୍ନାଇ) ରେ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଥିଲା । ଉକ୍ତ ବ୍ୟକ୍ତିଙ୍କ ଟ୍ରଲି ବ୍ୟାଗର ଜିପ୍ ଲାଇନ୍ ପକେଟରୁ ୭ କେଜରୁ ଉର୍ଦ୍ଧ୍ୱ ମୂଲ୍ୟର ୮ଟି ସୁନା ବିସ୍କୁଟ୍, ଯାହାର ମୂଲ୍ୟ ୪ କୋଟିରୁ ଉର୍ଦ୍ଧ୍ୱ ବୋଲି ଜଣାପଡ଼ିଛି । ବାଂଲାଦେଶରୁ ଏହି ସୁନା ଚୋରା ଚାଲାଣ କରାଯାଉଥିବା ସୂଚନା । ଏହି ବ୍ୟକ୍ତି ଜଣକୁ ଗିରଫ କରାଯାଇ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଥିବା ବେଳେ ଘଟଣାର ତଦନ୍ତ କରୁଛି ପୋଲିସ ।





