ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ସଦର ବ୍ଲକ କ୍ୟାମ୍ପସ ଭିତରେ ଥିବା ଗାଡ଼ି ଷ୍ଟାଣ୍ଡରୁ ଏକ ସ୍କୁଟି ଗାଡ଼ି ଚୋରି ହୋଇଛି । ଏହାକୁ ନେଇ ନୟାଗଡ଼ ଟାଉନ ଥାନାରେ ମାମଲା ରୁଜ କରାଯାଇଛି । ସୁଚନାନୁସାରେ ନୟାଗଡ଼ ବ୍ଲକ ନରେଗା ସହକାରୀ ଭାବେ କାର୍ଯ୍ୟ କରୁଥିବା ମହିଳା କର୍ମଚାରୀ ସରୋଜିନୀ ସୁନ୍ଦରାଙ୍କର ଓଆର୨୫ବି-୨୫୩୮ ସ୍କୁଟି ଗାଡ଼ିଟି ବ୍ଲକ କ୍ୟାମ୍ପସର ଗାଡ଼ି ଷ୍ଟାଣ୍ଡରୁ ଚୋରି ହୋଇଛି । ପ୍ରତ୍ୟେକ ଦିନ ସେ ନିଜ ସ୍କୁଟିରେ ନିଜ ଗ୍ରାମରୁ ବ୍ଲକକୁ କାର୍ଯ୍ୟ କରିବାକୁ ଆସନ୍ତି । ସବୁଦିନ ପରି ଗାଡ଼ି ଷ୍ଟାଣ୍ଡରେ ସ୍କୁଟି ରଖି ଅଫିସ କାର୍ଯ୍ୟ କରନ୍ତି । ଗତ କାଲି ସ୍କୁଟି ରଖି ଅଫିସ କାର୍ଯ୍ୟ କରି ଘରକୁ ବାହାରିଲା ବେଳକୁ ଗାଡ଼ିଟି ଷ୍ଟାଣ୍ଡରେ ନଥିଲା । ସେ ହତୋତ୍ସାହିତ ହୋଇ ଅନ୍ୟ କର୍ମଚାରୀ ମାନଙ୍କୁ ଜଣାଇଥିଲେ । ଏନେଇ ତାଙ୍କ ଭାଇ ଶୁଭ୍ରାଂଶୁ ଶେଖର ସୁନ୍ଦରାୟ ନୟାଗଡ଼ ଟାଉନ ଥାନାରେ ମାମଲା ରୁଜ କରିଛନ୍ତି । ପୁଲିସ ପକ୍ଷରୁ ବିଭିନ୍ନ ସିସି ଟିଭି ଯାଞ୍ଚ କରାଯାଉଛି । ସୁଚନା ଥାଉକି ନୟାଗଡ଼ ବ୍ଲକ କ୍ୟାମ୍ପସ ମଧ୍ୟରେ ସିସି ଟିଭିର ବ୍ୟବସ୍ଥା ରହିଛି । ସିସି ଟିଭି ନଜରରେ ଥାଇ ମଧ୍ୟ ଗାଡ଼ି ଚୋରି ହେବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଘଟଣାକୁ ନେଇ କ୍ୟାମ୍ପସରେ ଥିବା ଅନ୍ୟ କର୍ମଚାରୀ ମାନେ ଛାନିଆ ହୋଇ ପଡିଛନ୍ତି ।





