ଦେଖନ୍ତୁ ଭିଡିଓ

ନୟାଗଡ଼, (ବାଘୁଆବାର୍ତ୍ତା) : ରାଜ୍ୟ ସରକାରଙ୍କ ୫ଟି ସଚିବ ଭି.କେ ପାଣ୍ଡିଆନ୍ ଏବଂ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଆଜି ନୟାଗଡ଼ ଜିଲ୍ଲା ଗ୍ରସ୍ତରେ ଆସିଛନ୍ତି । ଉଭୟ ସଚିବ ଆଜି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଚାନ୍ଦପୁରଠାରେ ନିର୍ମାଣ କରାଯାଇଥିବା କୋଭିଡ୍ ହେଲଥ୍ ସେଣ୍ଟର ପରିଦର୍ଶନ କରିଛନ୍ତି । ଏହି ଗ୍ରସ୍ତ ସମୟରେ ଉଭୟ ସଚିବ ବିଭିନ୍ନ ୱାର୍ଡ଼ ବୁଲି ଦେଖିବା ସହ ଏଠାରେ ଉପସ୍ଥିତ କର୍ମଚାରୀ ଏବଂ ବ୍ୟବସ୍ଥା ସଂମ୍ପର୍କରେ ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ସହ ଆଲୋଚନା କରିଛନ୍ତି । ନୟାଗଡ଼ ଜିଲ୍ଲାରେ କରୋନା ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ବ୍ୟବସ୍ଥା ସଂମ୍ପର୍କରେ ସଚିବମାନେ ପଚାରି ବୁଝିଛନ୍ତି । ନୟାଗଡ଼ ଜିଲ୍ଲାରେ ପ୍ରଥମ କୋଭିଡ୍ ୧୯ ହେଲ୍ଥ ସେଣ୍ଟର ଏବଂ ଦୁଇଟି କୋଭିଡ୍ ୧୯ କେୟାର ହସପିଟାଲ୍କୁ କାର୍ଯ୍ୟକ୍ଷମ କରାଯାଇଛି ।

ଏଥି ମଧ୍ୟରେ ରଣପୁର ବ୍ଲକ ଅନ୍ତର୍ଗତ ଚାନ୍ଦପୁରଠାରେ ଅବସ୍ଥିତ ବସନ୍ତ ମଂଜରୀ ଦେବୀ ଟିବି ଚିକିତ୍ସାଳୟକୁ କୋଭିଡ୍ ୧୯ ହେଲ୍ଥ ସେଣ୍ଟର ଭାବେ କାର୍ଯ୍ୟକ୍ଷମ କରାଯାଇଥିବା ବେଳେ ଚିକିତ୍ସାଳୟରେ ୧୩ ଜଣ ଡାକ୍ତରଙ୍କ ସମେତ ୧୦୦ଜଣ ବୈଷୟିକ ଜ୍ଞାନକୌଶଳ କାରୀଙ୍କୁ ନିଯୁକ୍ତି ଦିଆଯାଇଥିବା ନେଇ ଜିଲ୍ଲା ପ୍ରଶାସନ ସଚିବଙ୍କୁ ଅବଗତ କରିଛନ୍ତି । ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ଟି ଆଇସିୟୁ ଶର୍ଯ୍ୟା ଓ ୫ଟି ଭେଣ୍ଟିଲେଟର ବ୍ୟବସ୍ଥା କରାଯାଇଥିବା ବେଳେ ଏହାକୁ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ସଚିବ ପରାମର୍ଶ ଦେଇଛନ୍ତି । ଏହାର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏଥିସହିତ ଜିଲ୍ଲାରେ ଲୋକମାନଙ୍କ ମଧ୍ୟରେ କିଭଳି ସାମାଜିକ ଦୂରତା ରକ୍ଷା କରାଯିବ ଏବଂ ଜନଗହଳୀକୁ ଏଡ଼ାଯିବ ସେ ନେଇ ସଚିବ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିବା ସୂଚନା ମିଳିଛି । କରୋନା ସମ୍ବଦ୍ଧିୟ ସମସ୍ତ ତଥ୍ୟ ଜିଲ୍ଲା ପ୍ରଶାସନଠାରୁ ସଚିବମାନେ ଅବଗତ ହୋଇଥିବା ଜଣାଯାଇଛି । ନୟାଗଡ଼ ଜିଲ୍ଲା ଗ୍ରୀନ ଜୋନ୍ ଭାବେ ପରିଗଣିତ ହୋଇଥିବା ବେଳେ ସରକାରଙ୍କ ନିୟମନୁସାରେ, ବିଭିନ୍ନ ପଦକ୍ଷେପ ନେବାକୁ ସଚିବମାନେ ଆଲୋଚନା କରିଛନ୍ତି । ଅନ୍ୟପକ୍ଷେ, ଚାନ୍ଦପୁର କୋଭିଡ୍ ୧୯ ହେଲ୍ଥ ସେଣ୍ଟର ଭିତ୍ତିଭୂମି ଏବଂ ଏଠାରେ ଗ୍ରହଣ କରାଯାଇଥିବା ପ୍ରସ୍ତୁତି ବ୍ୟବସ୍ଥାକୁ ଦେଖି ଆଜି ୫ଟି ସଚିବ ଏବଂ ଉନ୍ନୟନ ସଚିବ ଖୁସୀ ହୋଇଥିବା ଜଣାପଡ଼ିଛି । ଏହି ଗ୍ରସ୍ତ ସମୟରେ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିୱାକର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଶ୍ୱେତ ମହାପାତ୍ର, ଚାନ୍ଦପୁର କୋଭିଡ୍ ୧୯ ହେଲ୍ଥ ସେଣ୍ଟର ଅଧିକ୍ଷକ ଡା. ବି. ସୁର୍ୟା ରାଓଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।





