Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଯୌତୁକ ପାଇଁ ବୋହୂକୁ ମାରି ଫ୍ୟାନ୍‌ରେ ଟାଙ୍ଗିଦେଲେ

by ସଞ୍ଜୟ ସ୍ୱାଇଁ
March 10, 2023
in Crime, State
ଯୌତୁକ ପାଇଁ ବୋହୂକୁ ମାରି ଫ୍ୟାନ୍‌ରେ ଟାଙ୍ଗିଦେଲେ
45
VIEWS
Share on FacebookShare on Twitter

ନିଶ୍ଚିନ୍ତକୋଇଲି, (ବାଘୁଆବାର୍ତ୍ତା): ନବବଧୂଙ୍କୁ ହତ୍ୟା ଅଭିଯୋଗ । ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ନିଶ୍ଚିନ୍ତକୋଇଲି ପଞ୍ଚାୟତ ଅଞ୍ଚଳରୁ । ନବବିବାହିତା ବୋହୂକୁ ମାରି ଫ୍ୟାନରେ ଟାଙ୍ଗି ଦେଇଥିବା ଝିଅର ବାପା ଅଭିଯୋଗ ଆଣିଛନ୍ତି । ନବବିବାହିତାଙ୍କ ୭ ବର୍ଷର ଝିଅଟିଏ ଅଛି । ନିଶ୍ଚିନ୍ତକୋଇଲି ପଞ୍ଚାୟତର ୮ ନମ୍ବର ଓ୍ବାର୍ଡର ଗୌରହରି ବେହେରାଙ୍କ ଦ୍ବିତୀୟ ପୁଅ ସରୋଜ ବେହେରା ୮ବର୍ଷ ତଳେ ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅଟିମାଟି ଗାଁର ମହେନ୍ଦ୍ର ଗୋଛାୟତଙ୍କ ଝିଅ ସୁଭଦ୍ରା ଗୋଛାୟତଙ୍କୁ ବିବାହ କରିଥିଲେ । ବିବାହ ସମୟରେ ଝିଅର ବାପା ମହେନ୍ଦ୍ର ବର ଘର ପକ୍ଷରୁ ଦାବି ମୁତାବକ ସମସ୍ତ ଯୌତୁକ ଦେଇଥିଲେ । ହେଲେ କିଛି ଦିନ ସୁଭଦ୍ରାଙ୍କ ଶାଶୁ ଘରେ ଭଲରେ କଟିଲା ହେଲେ ପରେ ପରେ ସୁଭଦ୍ରାଙ୍କ ଶାଶୁ ଘର ପକ୍ଷରୁ ତାଙ୍କ ଉପରେ ଅକଥନୀୟ ନିର‌୍ୟାତନା ସୁଭଦ୍ରାଙ୍କୁ ମାଡ଼ ଦିଆଯାଇଥିବା ଅଭିଯୋଗ କରିଥିଲେ ଝିଅର ବାପା ମହେନ୍ଦ୍ର । ଯାହାକି ୨୦୨୨ ମସିହାରେ ମସଲା ଥାନାରୁ ଯାଇ ପହଞ୍ଚିଥିଲା କୋର୍ଟରେ । ଆଉ ସୁଭଦ୍ରା ନିଜ ୭ବର୍ଷର ଝିଅକୁ ସାଙ୍ଗରେ ଧରି ବର୍ଷେ ତଳୁ ନିଜ ବାପ ଘର ଏରସମାକୁ ଚାଲି ଆସିଥିଲେ । ବାପା ମହେନ୍ଦ୍ର, ସୁଭଦ୍ରାଙ୍କ ସ୍ବାମୀ ଓ ଶ୍ବଶୁର ଘର ଲୋକେ ଗତ ଫେବୃଆରୀ ମାସ ୬ ତାରିଖରେ ଏକ ଆପୋଷ ସମାଧାନ ଚୁକ୍ତିନାମା କରି ଫେବୃଆରୀ ୮ ତାରିଖ ଦିନ ମହେନ୍ଦ୍ରଙ୍କ ଘରୁ ସୁଭଦ୍ରା ଓ ତାଙ୍କ ଶିଶୁ କନ୍ୟାକୁ ସ୍ବାମୀ ସରୋଜ ନିଜ ଘର ନିଶ୍ଚିନ୍ତକୋଇଲିକୁ ଆଣିଥିଲେ । ହେଲେ ଗୁରୁବାର ଅପରାହ୍ନରେ ସୁଭଦ୍ରାଙ୍କ ଝୁଲନ୍ତା ମୃତଦେହ ଶ୍ବଶୁର ଘରୁ ଉଦ୍ଧାର କରି ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କଟକ ପଠାଇଛି ନିଶ୍ଚିନ୍ତକୋଇଲି ପୋଲିସ । ଏ ବାବଦରେ ସ୍ବାମୀ ସରୋଜଙ୍କୁ ପଚାରିବାରୁ ଏସବୁ ମିଥ୍ୟା ଅଭିଯୋଗ କରିଛନ୍ତି ସୁଭଦ୍ରାଙ୍କ ପରିବାର ବୋଲି ସଫେଇ ଦେଇଛନ୍ତି । ନିଶ୍ଚିନ୍ତକୋଇଲି ଥାନା ପୋଲିସ ମହେନ୍ଦ୍ରଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ୪୫/୨୦୨୩ରେ ମାମଲା ରୁଜୁ କରି ୪୯୮(ଏ)/୩୦୨/୩୦୪(ବି)//୩୪ ଆଇପିସି/୪ ପିଡି ଆକ୍ଟ ଦଫା ଲଗାଇ ତଦନ୍ତ ଜାରି ରଖିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!