Wednesday, November 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପାକିସ୍ତାନରେ ହିନ୍ଦୁ ଡାକ୍ତରଙ୍କୁ ଗଳା କାଟି ହତ୍ୟା

by ସଞ୍ଜୟ ସ୍ୱାଇଁ
March 9, 2023
in WORLD
ପାକିସ୍ତାନରେ ହିନ୍ଦୁ ଡାକ୍ତରଙ୍କୁ ଗଳା କାଟି ହତ୍ୟା
90
VIEWS
Share on FacebookShare on Twitter

ଇସ୍‌ଲାମାବାଦ, (ବାଘୁଆବାର୍ତ୍ତା): ପାକିସ୍ତାନରେ ଜଣେ ଖ୍ୟାତନାମା ଚର୍ମରୋଗ ବିଶେଷଜ୍ଞ ଡାକ୍ତରକୁ ହତ୍ୟା କଲା ଡ୍ରାଇଭର। ଡାକ୍ତର ହିନ୍ଦୁ ଥିବା ବେଳେ ଡ୍ରାଇଭର ମୁସଲମାନ। ଏହି ଘଟଣାକୁ ନେଇ ପାକିସ୍ତାନରେ ରାଜନୀତି ଜୋର ଧରିଛି। ପାକିସ୍ତାନ ହାଇଦ୍ରାବାଦର ଧରମ ଦେବ ରାଠୀ ଉକ୍ତ ଅଞ୍ଚଳର ଜଣେ ପ୍ରଖ୍ୟାତ ଚର୍ମରୋଗ ବିଶେଷଜ୍ଞ। ମଙ୍ଗଳବାର ତାଙ୍କୁ ତାଙ୍କ ଘରେ ହତ୍ୟା କରାଯାଇଛି। ତାଙ୍କ ଡ୍ରାଇଭର ହନିଫ ଲେଘାରୀ ଡାକ୍ତରଙ୍କ ଗଳା କାଟି ହତ୍ୟା କରିଛି। ମଙ୍ଗଳବାର ଏହି ଘଟଣା ଘଟିଥିବା ବେଳେ ୨୪ ଘଣ୍ଟାରେ ବୁଧବାର ପାକିସ୍ତାନ ପୁଲିସ ଅପରାଧିକୁ ଖଇରପୁରରେ ଥିବା ତା ଘରୁ ଗିରଫ କରିଛି। ଡାକ୍ତରଙ୍କ ରୋଷେୟାଙ୍କ ସୂଚନା ଅନୁସାରେ ଧରମ ଦେବ ରାଠୀ ଘରକୁ ଫେରୁଥିବା ବେଳେ ଡ୍ରାଇଭର ସାଙ୍ଗରେ ତାଙ୍କ ତର୍କବିତର୍କ ହୋଇଥିଲା। ଆଉ ଘରେ ପହଞ୍ଚିବା ପରେ ରୋଷେଇ ଘରୁ ଛୁରୀ ଆଣି ହନିଫ ଶ୍ରୀ ରାଠୀଙ୍କର ଗଳା କାଟି ହତ୍ୟା କରିଥିଲା। ପରେ କାର୍ ନେଇ ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଥିଲା। ଏହି ଘଟଣାରେ ପରେ ପାକିସ୍ତାନ ପୁଲିସ ୨୪ ଘଣ୍ଟାରେ ଅପରାଧିକୁ ଗରିଫ କରିଥିଲା। ଘଟଣାକୁ ନେଇ ସଂଖ୍ୟା ଲଘୁ ମନ୍ତ୍ରୀ ଜ୍ଞାନ ଚନ୍ଦ୍ର ଇସରାନୀ ୨୪ ଘଣ୍ଟାରେ ଗିରଫଦାରୀକୁ ନେଇ ପୁଲିସର ତତ୍ପରତା ପ୍ରଶଂସା କରିଛନ୍ତି। ତା ସହିତ ମୃତ ଡାକ୍ତରଙ୍କ ପରିବାରକୁ ନ୍ୟାୟ ମିଳିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ପାକିସ୍ତାନ ପିପୁଲ୍ସ ପାର୍ଟି(ପିପିପି) ମହିଳା ମୋର୍ଚ୍ଚାର ମୁଖ୍ୟ ଫରିୟାଲ ତାଲପୁର ଏହି ଘଟଣାକୁ ନିନ୍ଦା କରିବା ସହ ଘଟଣା ଅତ୍ୟନ୍ତ ଦୁଃଖଦ। ଡାକ୍ତରଙ୍କ ପରିବାରକୁ ନ୍ୟାୟ ମିଳିବ ବୋଲି ସେ କହିଛନ୍ତି। ହୋଲି ଭଳି ପର୍ବ ପାଳନ ହେଉଥିବା ବେଳେ ଏଭଳି ଘଟଣା ଘଟିବା ଅତ୍ୟନ୍ତ ଦୁଃଖ ଦାୟକ ବୋଲି ଫରିୟାଲ କହିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!