ନୟାଗଡ଼, (ବାଘୁଆବାର୍ତ୍ତା): ଶରଣକୁଳ ପୁଲିସକୁ ମିଳିଛି ବଡ଼ ସଫଳତା । ଆସାମୀ ସହ ୧୮ କେଜି ୫୫୦ ଗ୍ରାମ ଗଞ୍ଜେଇ ଧରିବାରେ ଶରଣକୁଳ ପୁଲିସ ସଫଳତା ପାଇଛି । ସୁଚନାନୁସାରେ ଶରରକୁଳ ଆଇଆଇସି ଜୟଦୀପ ମହାନ୍ତିଙ୍କୁ ଏକ ବାଇକରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ସୁଚନା ମିଳିଥିଲା । ଶରଣକୁଳ ଆଇଆଇସି ତହସିଲଦାର ଓଡ଼ଗାଁ ନିରଞ୍ଜନ ନାୟକଙ୍କ ସହ ଯୋଗାଯୋଗ କରି ବଡ଼ଗୋରଡ଼ା ଗ୍ରାମରେ ଚଢ଼ଉ କରିଥିଲେ । ଉକ୍ତ ଗ୍ରାମର ଶରତ ପରିଡା ଏକ ବାଇକରେ ୧୮ କେଜି ୫୫୦ ଗ୍ରାମ ଗଞ୍ଜେଇ ନେଇ ନିଜ ଘର ପାଖରେ ପହଞ୍ଚିଥିଲାବେଳେ ପୁଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଶରତକୁ କାବୁ କରାଯାଇଥିଲା । ଶରଣକୁଳ ଥାନା କେସ ନଂ-୪୦/୨୦୨୩ ରେ ଏକ ମାମଲା ରୁଜ କରାଯାଇ ଆସାମୀକୁ କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ଉ କାର୍ଯ୍ୟକ୍ରମରେ ସବ ଇନିସପେକ୍ଟର ନିରଞ୍ଜନ ବଡ଼ଜେନା, ଏଏସଆଇ ସନ୍ଧ୍ୟାରାଣୀ ସେଠୀ, ବଂଶୀଧର ସ୍ୱାଇଁ ପ୍ରମୁଖ ଚଢ଼ଉରେ ସାମିଲ ହୋଇଥିଲେ ।





