Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚୋରା ପୀରତିର ଭୟଙ୍କର ରୂପ, ମେଡିକାଲରେ ଛଟପଟ ପ୍ରେମିକା

by ସଞ୍ଜୟ ସ୍ୱାଇଁ
March 8, 2023
in Crime, State
ଚୋରା ପୀରତିର ଭୟଙ୍କର ରୂପ, ମେଡିକାଲରେ ଛଟପଟ ପ୍ରେମିକା
144
VIEWS
Share on FacebookShare on Twitter

ବଲାଙ୍ଗିର, (ବାଘୁଆବାର୍ତ୍ତା): ଚୋରା ପୀରତିର ପରିଣତି ଭୟଙ୍କର ହେଲା। ଲୁଚାଛପାରେ ଚାଲିଥିବା ପ୍ରେମ ଶେଷରେ ଉଗ୍ର ରୂପ ନେଲା। ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖିବାକୁ ପ୍ରେମିକ ବାଧ୍ୟ କରୁଥିବା ବେଳେ ପ୍ରେମିକା ରାଜି ହୋଇ ନ ଥିଲା। ଶେଷରେ ହିତାହିତ ଜ୍ଞାନ ହରାଇ ବସି ପ୍ରେମିକା ଶରୀରକୁ ଚୋଟ ପରେ ଚୋଟ ମାରି ଚାଲିଲା ପ୍ରେମିକ । ପ୍ରେମିକା ଏବେ ମେଡିକାଲ ବେଡରେ ଛଟପଟ ହେଉଥିବା ବେଳେ ପ୍ରେମିକକୁ ବାନ୍ଧିଛି ପୁଲିସ୍ । ଏପରି ଏକ ଘଟଣା ବଲାଙ୍ଗିର ଜିଲ୍ଲା ସଦେଇପାଲି ଗାଁରେ ଘଟିଛି। ସଦେଇପାଲି ଗାଁର ଦାସ ବାଗର ଡ୍ରାଇଭର ଭାବେ କାମ କରୁଥିବା ବେଳେ ପୂର୍ବରୁ ବିବାହିତ। ହେଲେ ତାଙ୍କର ନିକଟସ୍ଥ ଗାଁର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଦାସ ବାଗ ବିବାହିତ ଜାଣି ମଧ୍ୟ ଉଭୟଙ୍କ ସମ୍ପର୍କ ଖୁବ୍ ଆଗକୁ ବଢ଼ି ଯାଇଥିଲା। ଗତ ସୋମବାର ରାତିରେ କନ୍ଧପାଳି ପଡା ପୋଖରୀ ନିକଟରେ ଦୁହେଁ ଲୁଚାଛପାରେ ଭେଟ କରିଥିଲେ। ସେଠାରେ କୌଣସି କଥାକୁ ନେଇ ଉଭୟଙ୍କ ଭିତରେ ପାଟିତୁଣ୍ଡ ହେବାରୁ କଥା ଉଗ୍ର ରୂପ ନେଇଥିଲା। ଦାସ ବାଗର ନିଜ ପାଖରେ ଥିବା ଏକ ଛୋଟ ଛୁରୀରେ ପ୍ରେମିକଙ୍କ ବେକ ସମେତ ଶରୀରର ବିଭିନ୍ନ ସ୍ଥାନକୁ ଚୋଟ ମାରିଥିଲେ। ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ଦାସ ବାଗ ତାଙ୍କୁ ବଳାତ୍କାର ଉଦ୍ୟମ କରିଥିବା ପୀଡ଼ିତା ଅଭିଯୋଗ କରିଥିବା ବେଳେ ଅଭିଯୁକ୍ତ କିନ୍ତୁ ଏହାକୁ ମନା କରିଛନ୍ତି। ଅନ୍ୟପଟେ ତଦନ୍ତ ଚାଲିଥିବାରୁ କିଛି କହିବାକୁ ମନା କରିଛି ପୁଲିସ୍‌।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!