Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଲୁଟେରା ଗ୍ୟାଙ୍ଗକୁ କାବୁ କଲା ବ୍ରହ୍ମପୁର ପୁଲିସ, ୫ ଗିରଫ

by ସଞ୍ଜୟ ସ୍ୱାଇଁ
March 7, 2023
in Crime, State
ଲୁଟେରା ଗ୍ୟାଙ୍ଗକୁ କାବୁ କଲା ବ୍ରହ୍ମପୁର ପୁଲିସ, ୫ ଗିରଫ
120
VIEWS
Share on FacebookShare on Twitter

ବ୍ରହ୍ମପୁର, (ବାଘୁଆବାର୍ତ୍ତା): ବ୍ରହ୍ମପୁର ପୋଲିସକୁ ସଫଳତା । ସହର ଓ ଉପକଣ୍ଠର ବିଭିନ୍ନ ସ୍ଥାନରୁ ଚୋରି ଏବଂ ଲୁଟ୍‌ପାଟ ଘଟଣାରେ ୫ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଛି । ଏହାସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଚୋରି ସାମଗ୍ରୀ ଜବତ ହୋଇଛି । ବ୍ରହ୍ମପୁର ବଡ଼ ବଜାର ଥାନା ଅଞ୍ଚଳର ବ୍ୟବସାୟୀ ସତ୍ୟନାରାୟଣ ରାୟଗୁରୁଙ୍କ ତାଲା ବନ୍ଦ ଘରୁ ୨୦ ଭରି ସୁନା ଅଳଙ୍କାର ଓ ନଗଦ ୩୦ ହଜାର ଟଙ୍କା ଚୋରି ହୋଇଥିଲା। ନିମଖଣ୍ଡି ଥାନା ଅଞ୍ଚଳର ଡାକ୍ତର ଅମୂଲ୍ୟ କୁମାର ମିଶ୍ରଙ୍କ ଘରୁ ୩୯ ଗ୍ରାମ୍ ସୁନା ଅଳଙ୍କାର, ନଗଦ ଟଙ୍କା, ମୋବାଇଲ୍ ଆଦି ଲୁଟି ନେଇଥିଲେ ଦୁର୍ବୃତ୍ତ। ଗୋଳନ୍ଥରା ଥାନା ଅଞ୍ଚଳର ପ୍ରହଲ୍ଲାଦ ନାୟକଙ୍କ ଘରୁ ୩୫ ଗ୍ରାମ୍ ସୁନା ଅଳଙ୍କାର, ନଗଦ ୪୫୦୦ ଟଙ୍କା, ମୋବାଇଲ୍ ଚୋରି କରି ନେଇଥିଲେ ଲୁଟେରା। ଏହି ଥାନା ଅଞ୍ଚଳର କେ.ଦମୟନ୍ତୀଙ୍କ ଘରୁ ୬ ଭରି ସୁନା ଅଳଙ୍କାର, ୧୨ ଭରି ରୁପା ଅଳଙ୍କାର, ନଗଦ ୩୦ ହଜାର ଟଙ୍କା ଚୋରି ହୋଇଥିଲା। ପୋଲିସ ଲଗାତର ଭାବେ ଏହି ଲୁଟେରା ଗ୍ୟାଙ୍ଗକୁ ଧରିବାକୁ ଜାଲ ବିଛାଇଥିଲା । ଶେଷରେ ପୋଲିସକୁ ସଫଳତା ମିଳିଛି । ୪ଟି ପୃଥକ ଚୋରି ଘଟଣାରେ ମୋଟ ୫ଜଣଙ୍କୁ ଗିରଫ କରିଛି ପୋଲିସ । ଏହାସହିତ ସେମାନଙ୍କ ନିକଟରୁ ୮୦୫ ଗ୍ରାମର ସୁନା ଅଳଙ୍କାର , ଅଢେଇ କିଲୋ ରୂପା ଅଳଙ୍କାର ଜବତ ହୋଇଥିବା ଏସ୍‌ପି ସୂଚନା ଦେଇଛନ୍ତି । ଜବତ ସୁନା ଅଳଙ୍କାରର ମୂଲ୍ୟ ୪୦, ୨୭, ୫୦୦ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ତାଲା ପଡ଼ିଥିବା ଓ କେହି ଲୋକ ଉପସ୍ଥିତ ନଥିବା ଘରକୁ ଟାର୍ଗେଟ କରି ଲୁଟପାଟ କରୁଥିଲେ। ଏସପି ଡା ସର୍ବଣା ବିବେକ ଏମ୍ ଙ୍କ ନିର୍ଦ୍ଦେଶରେ ସ୍ବତନ୍ତ୍ର ଟିମ୍ ଗଢ଼ି ଏହି ସବୁ ମାମଲାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ ସହ ଲୁଟ୍ ଅଳଙ୍କାର ଉଦ୍ଧାର କରିବାରେ ସଫଳତା ହାସଲ କରିଥିଲେ। ପରେ ଜବତ ସାମଗ୍ରୀକୁ ପ୍ରକୃତ ମାଲିକମାନଙ୍କୁ ଫେରାଇଛି ପୋଲିସ । ବ୍ରହ୍ମପୁର ଏସପିଙ୍କ କାର‌୍ୟ୍ୟାଳୟରେ ଏସପି ଡା ସର୍ବଣା ବିବେକ ଏମ୍ ଉଦ୍ଧାର ଅଳଙ୍କାର ୪ ଜଣ ମାଲିକମାନଙ୍କୁ ପ୍ରଦାନ କରିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!