Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚିନ୍ମୟୀ ମୃତ୍ୟୁ ଘଟଣା ଉପରୁ ପରଦା ଉଠାଇଲେ ସମ୍ବଲପୁର ଏସ୍‌ପି

by ସଞ୍ଜୟ ସ୍ୱାଇଁ
March 7, 2023
in Crime, State
ଚିନ୍ମୟୀ ମୃତ୍ୟୁ ଘଟଣା ଉପରୁ ପରଦା ଉଠାଇଲେ ସମ୍ବଲପୁର ଏସ୍‌ପି
197
VIEWS
Share on FacebookShare on Twitter

ସମ୍ବଲପୁର, (ବାଘୁଆବାର୍ତ୍ତା): ଚିନ୍ମୟୀ ମୃତ୍ୟୁ ଘଟଣା ଉପରୁ ପରଦା ଉଠାଇଲେ ସମ୍ବଲପୁର ଏସ୍‌ପି । ଏହା ହତ୍ୟା ନୁହେଁ ବରଂ ପାଣିରେ ବୁଡି ଚିନ୍ମୟୀଙ୍କ ମୃତ୍ୟୁ ହୋଇଥିବା କହିଲେ ଏସ୍‌ପି ବତୁଲା ଗଙ୍ଗାଧର । ସେପେଟେ ଅଭିଯୁକ୍ତ ପୁରୁଷ ବନ୍ଧୁ ପ୍ରୀତିମାନ ଦେ ଓ ସହଯୋଗୀ ମାନସ ଟୁଡୁଙ୍କୁ ୧୬୦ ବଣ୍ଡ୍‌ରେ ଛଡାଯିବ ବୋଲି ଏସ୍‌ପି କହିଛନ୍ତି । ଆବଶ୍ୟକ ପଡିଲେ ପୁଣି ସେମାନଙ୍କୁ ଆଣି ତଦନ୍ତ କରାଯିବ ବୋଲି ଏସ୍‌ପି କହିଛନ୍ତି । ଘଟଣା ଦିନ ଉଭୟ ଚିନ୍ମୟୀ ଏବଂ ପ୍ରୀତିମାନ୍‌ ନିଶା ସେବନ କରିଥିବା ବେଳେ କିଛି ଗଂଜେଇ ଜାତୀୟ ଦ୍ରବ୍ୟ ସେବନ କରିଥିବା ପ୍ରମାଣ ମିଳିଥିବା ଏସପି କହିଛନ୍ତି । ଆଗକୁ ଭିସେରାରେ ଏହା ସ୍ପଷ୍ଟ ହେବ । ସେପଟେ ଚିନ୍ମୟୀଙ୍କ ଦୁଇ ପୁରୁଷ ବନ୍ଧୁଙ୍କ ଲାଏ ଡିଟେକ୍ସନ ରିପୋର୍ଟ ପୋଲିସର ହସ୍ତଗତ ହୋଇଛି । ଯେଉଁଥିରେ ସ୍ପଷ୍ଟ ହୋଇଛି ପ୍ରୀତିମାନ ଓ ମାନସ ମିଛ କହିନାହାନ୍ତି । ଏଥିରୁ ସ୍ପଷ୍ଟ ଯେ ଚିନ୍ମୟୀ ସାହୁଙ୍କୁ ହତ୍ୟା କରାଯାଇନି । ବରଂ ସେ ପାଣିରେ ବୁଡି ମରିଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି ସମ୍ୱଲପୁର ଏସ୍‌ପି ବି.ଗଙ୍ଗାଧର । ରବିବାର ରାତିରେ ସିନ୍‌ ରିକ୍ରିଏସନ କରିଛି ପୋଲିସ । ଆଇଜିଙ୍କ ଉପସ୍ଥିତିରେ ସିନ୍‌ ରିକ୍ରିଏସନ କରିଥିବା ସୂଚନା ମିଳିଛି । ଖବର ଅନୁଯାୟୀ, ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରତିମାନ ଦେ ଓ ମାନସ ଟୁ଼ଡୁଙ୍କୁ ପାଓ୍ବାର କେନାଲ ବ୍ରିଜ ଉପରକୁ ନେଇ ସିନ ରିକ୍ରିଏସନ କରିଛି ପୋଲିସ । ସେପଟେ ଆସିଲା ପ୍ରୀତିମାନ ଦେ ଓ ମାନସ ଟୁଡୁ ର ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ । SFSL ସିଲ କଭରରେ ବୁର୍ଲା ପୋଲିସକୁ ରିପୋର୍ଟ ହସ୍ତାନ୍ତର କରିଛନ୍ତି । ବୁର୍ଲା ପୋଲିସର ଏକ କନେଷ୍ଟବଳ ଏହି ରିପୋର୍ଟ ଆଣି ଥାନା ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି । ବୁଧବାର ଏସପି ବୁର୍ଲା ଥାନା ଗସ୍ତ କରି ଏହି ରିପୋର୍ଟର ତର୍ଜମା କରିବା ପରେ ପରିବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!