Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରେଞ୍ଜରରୁ ଏସିଏଫ ପ୍ରମୋସନ, ବାଟରେ ମାଡ଼ିବସିଲା ଭିଜିଲାନ୍ସ

by ସଞ୍ଜୟ ସ୍ୱାଇଁ
March 7, 2023
in Crime, State
ରେଞ୍ଜରରୁ ଏସିଏଫ ପ୍ରମୋସନ, ବାଟରେ ମାଡ଼ିବସିଲା ଭିଜିଲାନ୍ସ
290
VIEWS
Share on FacebookShare on Twitter

କୋରାପୁଟର, (ବାଘୁଆବାର୍ତ୍ତା): ପ୍ରମୋସନ ପାଇ ଖୁସିଥିଲେ ଏସିଏଫ୍‌। ହେଲେ ତାଙ୍କର ସେହି ଖୁସି ବେଶୀ ସମୟ ରହିନଥିଲା। ପ୍ରମୋସନ ଲେଟର ନେଇ ଫେରୁଥିବା ବେଳେ ବାଟରେ ମାଡ଼ିବସିଲା ଭିଜିଲାନ୍ସ। ଲମତାପୁଟ ଏସିଏଫ୍ ସୁରଜିତ ସାହୁ ଗତକାଲି ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଭିଜିଲାନ୍ସ ତାଙ୍କ ଗାଡ଼ିରୁ ବିପୁଳ ଟଙ୍କା ଜବତ କରିବା ସହ ତାଙ୍କ ଘର ଓ ଅଫିସରେ ଚଢ଼ାଉ କରିଛି। ସୁରଜିତ ୩ ଦିନ ତଳେ ପ୍ରମୋସନ ପାଇଥିଲେ। ସେ ରେଞ୍ଜରରୁ ଏସିଏଫ୍‌କୁ ପ୍ରମୋସନ ପାଇଥିଲେ। ପ୍ରମୋସନ ପାଇଁ ସୁରଜିତ ବହୁତ ଖୁସିଥିଲେ। ଗତକାଲି ସେ ପ୍ରମୋସନ ଲେଟ୍‌ର ଆଣିବାକୁ କୋରାପୁଟ ଯାଇଥିଲେ। ପ୍ରମୋସନ ଲେଟର ନେଇ ଭୁବନେଶ୍ୱର ଫେରୁଥିବା ବେଳେ କୋରାପୁଟର ଗୁଣ୍ଡିଚା ମନ୍ଦିର ନିକଟରେ ଭିଜିଲାନ୍ସ ସୁରଜିତଙ୍କ ଗାଡ଼ିକୁ ଅଟକାଇଥିଲେ। ତାଙ୍କ ଗାଡ଼ି ଯାଞ୍ଚ ବେଳେ ବିପୁଳ ଟଙ୍କା ବାହାରିଥିଲା। ଭିଜିଲାନ୍ସ ସୁରଜିତଙ୍କୁ ପଚରାଉଚରା କରିବା ସହ ତାଙ୍କ ଗାଡ଼ିକୁ ଜବତ କରିଛି। ଏହା ସହ ସୁରଜିତଙ୍କ ଲମତାପୁଟ କାର‌୍ୟ୍ୟାଳୟ ଓ ତାଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ ଜାରି ରହିଥିବାରୁ ସୁରଜିତଙ୍କ ଘରୁ କ’ଣ ଜବତ କରାଯାଇଛି ଭିଜିଲାନ୍ସ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!