ଭୁବନେଶ୍ଵର, (ବାଘୁଆବାର୍ତ୍ତା): ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୨ ବରିଷ୍ଠ ଅଧିକାରୀ ଗିରଫ। ଖଣି ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କୁ ଭିଜିଲାନ୍ସ ଗିରଫ କରିଛି। ଉମେଶ ଜେନାଙ୍କ ଆୟଠୁ ୩୬୮ ପ୍ରତିଶତ ସଂପତ୍ତି ଠାବ ହୋଇଛି। ଏଥିସହ କେବିକେ ସର୍କଲ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ କନ୍ଦର୍ପ ପ୍ରଧାନ ମଧ୍ୟ ଗିରଫ ହୋଇଛନ୍ତି। କନ୍ଦର୍ପ ପ୍ରଧାନଙ୍କର ଆୟ ଠାରୁ ୭୫ ପ୍ରତିଶତ ଅଧିକ ସଂପତ୍ତି ଠାବ ହୋଇଛି। ଚଢାଉ ବେଳେ ଉମେଶଙ୍କ ଘରୁ ୧.୬୪ କୋଟି ଜବତ ହୋଇଥିବା ବେଳେ ୬୫୦ ଗ୍ରାମ ସୁନା ମଧ୍ୟ ଜବତ ହୋଇଛି। ଉମେଶଙ୍କ ନାଁରେ କେନ୍ଦୁଝରରେ ୫ଟି ପ୍ଲଟ, ୩ଟି ବିଲ୍ଡିଂ ଏବଂ ଭୁବନେଶ୍ବରରେ ଗୋଟିଏ ପ୍ଲଟ୍ ରହିଛି।





