କେନ୍ଦ୍ରାପଡ଼ା, (ବାଘୁଆବାର୍ତ୍ତା): ପାଣି ଆଣିବାକୁ କହି ସ୍କୁଲ ଛାତ୍ରୀଙ୍କୁ ଜଙ୍ଗଲକୁ ଡାକିଲେ। ସେ ପହଞ୍ଚିବା ପରେ ତାଙ୍କୁ ଟେକିନେଇ ବଳପୂର୍ବକ ଦୁଷ୍କର୍ମ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅଧୀନ ଧୂମାତ ଶାସନ ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଅଭିଯୋଗ ପାଇ ପୁଲିସ ୪ ଜଣଙ୍କୁ ଉଠାଇ ନେଇ ପଚରାଉଚରା କରୁଛି। ସେମାନଙ୍କ ମଧ୍ୟରୁ ପୀଡ଼ିତା ଛାତ୍ରୀ ଜଣଙ୍କୁ ଚିହ୍ନଟ କରିଛି। ଅଭିଯୋଗ ଅନୁଯାୟୀ, ପୀଡ଼ିତାଙ୍କ ଘର ପାଖରେ ଏକ ଟେଣ୍ଟ ହାଉସ୍ ସଂସ୍ଥା ପକ୍ଷରୁ ସାଜସଜ୍ଜା କାମ ଚାଲିଥିଲା। ଏଠାରେ କାମ କରୁଥିବା କିଛି ଶ୍ରମିକ ପୀଡ଼ିତାଙ୍କ ଘରକୁ ଯାଇ ପିଇବା ପାଇଁ ପାଣି ମାଗିଥିଲେ। ଝିଅ ପାଣି ନେଇ ପହଞ୍ଚିବା ପରେ ତାଙ୍କୁ ପାଖରେ ଥିବା ବଣକୁ ଟେକିନେଇ ଦୁଷ୍କର୍ମ କରିଥିଲେ। ଛାତ୍ରୀ ଜଣଙ୍କ ଅଚେତ ହୋଇ ପଡ଼ିବା ପରେ ତାଙ୍କୁ ସେଠାରେ ଛାଡି ପଳାଇ ଆସିଥିଲେ। ପରିବାର ଲୋକେ ଖୋଜାଖୋଜି କରିବା ପରେ ତାଙ୍କୁ ବିଳମ୍ବିତ ରାତିରେ ସେଠାରୁ ଉଦ୍ଧାର କରିଥିଲେ।





