ବାଲେଶ୍ୱର, (ବାଘୁଆବାର୍ତ୍ତା): ହାତରୁ ଲିଭିନ ମେହେନ୍ଦି। କାନ୍ଥରୁ ଲିଭିନି ଚିତା। ହେଲେ ଲିଭିଗଲା ଜୀବନ ଦୀପ। ଗତ ବୁଧବାର ଦିନ ପଡିଥିଲା ହାତଗଣ୍ଠି। ଆରମ୍ଭ କରିଥାନ୍ତେ ନୂଆ ଦାମ୍ପତ୍ୟ ଜୀବନ। କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା ରିସେପ୍ସନରେ ଦିନ ଘଟିଲା ଅଘଟଣ। ପରିବାରଲୋକ ଉପରେ ପଡିଲା ଚଢ଼କ। ପୋଖରୀରେ ବୁଡି ନବବିବାହିତ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ଖଡ଼ୁପାହି ଗାଁରେ ଘଟିଛି । ମୃତ ଯୁବକ ଜଣକ ହେଲେ ଅଜୟ କୁମାର ଭଞ୍ଜ ବୋଲି ଜଣାପଡିଛି। ଘଟଣାସାମ୍ନାକୁ ଆସିବା ପରେ ଅଞ୍ଚଳରେ ଶୋକଛାୟା ଖେଳିଯାଇଛି। ମାର୍ଚ୍ଚ ୧ରେ ଅଜୟଙ୍କ ହୋଇଥିଲା ବାହାଘର ଆଜି ଥିଲା ରିସେପ୍ସନ । ଯୁବକଙ୍କ ମୃତଦେହକୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପାଇଁ ଭର୍ତି କରାଯାଇଛି । ଗତ ୧ ତାରିଖରେ ଯୁବକ ଜଣକ ଚାନ୍ଦିପୁର ଅଞ୍ଚଳରେ ବିବାହ କରିଥିଲେ । ଉଭୟ ପରିବାରର ସହମତିରେ ବୈଦିକ ରୀତିନୀତିରେ ବିବାହ ହୋଇଥିଲା । ଆଜି ସକାଳ ଭୋରରୁ ଶୌଚ ପାଇଁ ପୋଖରୀକୁ ଯାଇଥିବା ବେଳେ ଏଭଳି ବେଳେ ପାଣିରେ ପଡିଯାଇଥିଲେ।ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ପାଣିରେ ଭାସିଥିବାର ଦେଖିବାକୁ ପାଇଥିଲେ। ତାଙ୍କୁ ଉଦ୍ଧାର କରି ଅଧିକ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସା ଳୟକୁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କମୃତ ଘୋଷଣା କରିଥିଲେ। ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ନେଇ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି ।





