ଭୁବନେଶ୍ଵର/କେନ୍ଦୁଝର, (ବାଘୁଆବାର୍ତ୍ତା): ଭିଜିଲାନ୍ସ ଜାଲରେ ଖଣି ବିଭାଗର ଉପ ନିର୍ଦ୍ଦେଶକ। ଉମେଶ ଚନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ଭୁବନେଶ୍ଵର VSS ନଗର ଘର, ଅଫିସ, ପୈତୃକ ଘର ସମେତ ବିଭିନ୍ନ ସ୍ଥାନରେ ରେଡ୍ ଚାଲିଛି। ଚଢାଉ ବେଳେ ଅନେକ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଠାବ ହୋଇଛି। ରାଜ୍ୟରେ ୧୮ଟି ସ୍ଥାନରେ ଚଢ଼ାଉ ହେଉଥିବା ସମୟରେ କେନ୍ଦୁଝର ଜିଲ୍ଲାରେ ୬ଟି ସ୍ଥାନ ସହିତ କଲେଜ ରଡ଼ ବିଣିଆପାଟ ଠାରେ ଭିଜିଲାନ୍ସ ଅଧିକାରୀ ମାନେ ଚଢ଼ାଉ କରିଥିବା ଜଣାପଡିଛି। ରାଜ୍ୟ ସରକାରଙ୍କ ଖଣି ବିଭାଗରେ ଜଣେ ଦକ୍ଷ ଅଧିକାରୀ ଭାବେ ପରିଚିତ ଜେନା ପୂର୍ବରୁ ଯୋଡ଼ା ଖଣି ବିଭାଗରେ ଦୀର୍ଘ ଦିନ କାମ କରିଥିଲେ। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଥିବା ସୂଚନା ମିଳିଛି ।





