ନୟାଗଡ଼, (ବାଘୁଆବାର୍ତ୍ତା): ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ମୁକାବିଲାକୁ ନେଇ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି । ମାତ୍ର ନୟାଗଡ଼ ସହରକୁ ଗ୍ରୀନ ଜୋନ୍ ଘୋଷଣା କରାଯିବା ପରଠାରୁ ସହରରେ ଲକ୍ଡାଉନ୍କୁ ବ୍ୟାପକ ଅମାନ୍ୟ କରିବା ସହ ସହରରେ ବିନା ହେଲମେଟ୍ ଓ ବିନା ସିଟ୍ବେଲ୍ଟରେ ବୁଲୁଛନ୍ତି । ସୂଚନାନୁସାରେ, ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ନିର୍ଦ୍ଦେଶରେ ଆଂଚଳକି ପରିବହନ ବିଭାଗ ପକ୍ଷରୁ ସହରରେ ଲଗାତର ଭାବେ ହେଲମେଟ୍ ଯାଂଚ ଚାଲିଛି । ପ୍ରଥମ ଦିନରେ ୪୦ ଜଣ ଧରାପଡ଼ି ଜୋରିମାନା ଗଣିଥିବା ବେଳେ ଦ୍ୱିତୀୟ ଦିନରେ ୬୦ ଜଣ ତଣ୍ଡ ଗଣିଛନ୍ତି । ଆଜି ତୃତୀୟ ଦିନରେ ନୟାଗଡ଼ ପୁରୁଣା ବସଷ୍ଟାଣ୍ଡରେ ହେଲମେଟ୍ ଯାଂଚ କରାଯାଇଛି । ଏହି ଯାଂଚ ସମୟରେ ବିନା ହେଲମେଟ୍ ଓ ବିନା ସିଟ୍ବେଲ୍ଡରେ ଗାଡ଼ି ଚଳାଉଥିବା ୧୨୦ ଜଣ ବ୍ୟକ୍ତିଙ୍କଠାରୁ ଏକ ଲକ୍ଷ କୋଡ଼ିଏ ହଜାର ଟଙ୍କା ହୋରିମାନା ଆଦାୟ କରାଯାଇଛି । ଏହି ଯାଂଚ ପ୍ରକିୟାରେ ଆଂଚଳିକ ଏମ୍ଭିଆଇ ପି. ଦୁର୍ଗା ପ୍ରସାଦ ରାଓ, ଟ୍ରାଫିକ ଇନିସ୍ପେକ୍ଟର ସ୍ୱୟଂପ୍ରଭା ରାଉତଙ୍କ ସମେତ କର୍ମଚାରୀମାନେ ସାମିଲ ହୋଇଥିବା ବେଳେ ନୟାଗଡ଼ ଟାଉନଥାନା ପୁଲିସ ସହଯୋଗ କରିଥିଲା ।





