ରାଉରକେଲା, (ବାଘୁଆବାର୍ତ୍ତା): ରାଉରକେଲା ମୁଖ୍ୟ ଡାକଘରେ ସିବିଆଇ ରେଡ୍। ପ୍ରଭାସିନୀ ସୂତାର ନାମକ ଜଣେ ଆକାଉଣ୍ଟ ହୋଲଡର ଠାରୁ ଏଜେଣ୍ଟ ଜରିଆରେ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସହକାରୀ ପୋଷ୍ଟ ମାଷ୍ଟର ଓ ଏଜେଣ୍ଟକୁ ଧରିଲା ସିବିଆଇ ଟିମ୍। ଭୁବନେଶ୍ୱରରୁ ଆସିଥିବା ୧୦ ଜଣିଆ ସିବିଆଇ ଟିମ୍ ଚଢାଉ କରି ଟଙ୍କା ନେଉଥିବା ବେଳେ ସହକାରୀ ପୋଷ୍ଟ ମାଷ୍ଟର ବିଶ୍ଵରଞ୍ଜନ ବେହେରା ଓ ଏଜେଣ୍ଟ ବିମଳ କୁମାର ମୁଦୁଲିଙ୍କୁ ଗିରଫ କରିଛନ୍ତି। ଏହାସହ ସିବିଆଇ ଏହି ଦୁଇ ଜଣଙ୍କ ବାସଭବନ ଉପରେ ଚଢ଼ାଉ ଜାରି ରଖିଛି।





