Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚାନ୍ଦିପୁର ଆଇଟିଆରରୁ ତଥ୍ୟ ଲିକ୍ ମାମଲାରେ ବାବୁରାମ ଦେକୁ ୪ ଦିନିଆ ରିମାଣ୍ଡରେ ନେଲା ପୁଲିସ୍

by ସଞ୍ଜୟ ସ୍ୱାଇଁ
February 25, 2023
in Crime, State
ଚାନ୍ଦିପୁର ଆଇଟିଆରରୁ ତଥ୍ୟ ଲିକ୍ ମାମଲାରେ ବାବୁରାମ ଦେକୁ ୪ ଦିନିଆ ରିମାଣ୍ଡରେ ନେଲା ପୁଲିସ୍
44
VIEWS
Share on FacebookShare on Twitter

ଚାନ୍ଦିପୁର, (ବାଘୁଆବାର୍ତ୍ତା): ଚାନ୍ଦିପୁର ଆଇଟିଆରରୁ ତଥ୍ୟ ଲିକ୍ ମାମଲାରେ ଅଭିଯୁକ୍ତ ବାବୁରାମ ଦେକୁ ୪ ଦିନିଆ ରିମାଣ୍ଡରେ ନେଲା ବାଲେଶ୍ୱର ପୁଲିସ୍। ବାବୁ ଆଇଟିଆରରେ ଟେକ୍ନିକାଲ ଅଫିସର ରହିଛନ୍ତି। ଆଜି ଜେଏମଏଫସିର ସିଟି କୋର୍ଟରେ ତାଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ପୁଲିସ। ତେବେ ଏସ୍‌ଡିଜେଏମ୍ ୪ ଦିନ ରିମାଣ୍ଡକୁ ମଞ୍ଜୁର କରିଥିଲେ। ରିମାଣ୍ଡରେ ନେବା ପରେ ପୁଲିସ ଏହି ମାମଲାରେ ଅଧିକ ଖୋଳତାଡ଼ କରିବା ନିମନ୍ତେ ବାବୁରାମକୁ ପଚରାଉଚରା କରିବ। ସେ ୱାଟ୍‌ସ ଆପ୍ ଯୋଗେ ତଥ୍ୟ ଦେଇଥିବା ମହିଳାଙ୍କ ଘର, ସମ୍ପତ୍ତି ପଚାରି ବୁଝିବ। ଏଥିସହ ଆଉ କେଉଁମାନେ ତାଙ୍କ ସହ ଲିଙ୍କରେ ଥିଲେ ପୁଲିସ ପଚରାଉଚରା କରିପାରେ। ସେପଟେ ବାବୁରାମଙ୍କ ଆର୍ଥିକ ଉତ୍ସ ଜାଣିବାକୁ ପୁଲିସ ତଦନ୍ତ ଆରମ୍ଭ କରିଛି। ଏନେଇ ଏସ୍‌ପି ସଗରିକା ନାଥ ସୂଚନା ଦେଇଛନ୍ତି। ବାବୁରାମଙ୍କ ବ୍ୟାଙ୍କ ଆକାଉଣ୍ଟ ଡିଟେଲ ପାଇବା ନିମନ୍ତେ ଦୁଇଟି ବ୍ୟାଙ୍କରେ ନିବେଦନ କରାଯାଇଛି। ସେହିପରି ବାବୁରାମଙ୍କ ଘର ଜଳେଶ୍ୱରରେ ହୋଇଥିବାରୁ ତାଙ୍କ ଜମିବାଡ଼ି ବିଷୟରେ ଜାଣିବା ନିମନ୍ତେ ସ୍ଥାନୀୟ ତହସିଲଦାରଙ୍କୁ ତଥ୍ୟ ମଗାଯାଇଛି। ତଥ୍ୟ ମିଳିବା ପରେ ମାମଲାର ଅଧିକ ଖୁଲାସା ହେବ ବୋଲି ଏସ୍‌ପି କହିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଦେଶଦ୍ରୋହ ଓ ଅଫିସିଆଲ ସିକ୍ରେଟ୍ ଆକ୍ଟ ବ୍ରିଚ୍ ଭଳି ସଙ୍ଗୀନ ଧାରା ଲାଗିଛିା ସେ ହନିଟ୍ରାପରେ ପଡ଼ି ପାକିସ୍ତାନକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍ କରିଥିବା ଅଭିଯୋଗ ରହିଛି। ସେପଟେ ବାବୁରାମ ନିର୍ଦ୍ଦୋଷ ଓ ତାଙ୍କୁ ଫସେଇ ଦିଆଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ସେମାନେ କୋର୍ଟରେ ନିବେଦନ କରିଛନ୍ତି। ୩ ଦିନ ତଳୁ କେନ୍ଦ୍ରୀୟ ଗୋଇନ୍ଦା ସଂସ୍ଥାର ଏକ ଟିମ୍ ବାବୁରାମଙ୍କ ଉପରେ ନଜର ରଖିଥିଲା। ତାଙ୍କୁ ଗତକାଲି ବାଲେଶ୍ୱର ପୁଲିସ ଗିରଫ କରିଥିଲା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!