ଚାନ୍ଦିପୁର, (ବାଘୁଆବାର୍ତ୍ତା): ଚାନ୍ଦିପୁର ଆଇଟିଆର୍ର ଜଣେ ବରିଷ୍ଠ ଟେକ୍ନିକାଲ ଅଫିସର ଗିରଫ। ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି। ବାଲେଶ୍ୱର ପୁଲିସ୍ ତାଙ୍କୁ ଗିରଫ କରିଛି। ଏନେଇ ସୂଚନା ଦେଇଛନ୍ତି ଆଇଜି ହିମାଂଶୁ ଲାଲ ଓ ଏସ୍ପି ସାଗରିକା ନାଥ। ତେବେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାଁ ପୁଲିସ୍ ପ୍ରକାଶ କରିନାହିଁ। ତଦନ୍ତରେ ବ୍ୟାଘାତ ହେବା ଆଶଙ୍କା କରି ପୁଲିସ ଅଭିଯୁକ୍ତଙ୍କ ନାଁ ପ୍ରକାଶ କରିନାହିଁ। ୨୦୨୧ ମସିହାରେ ପାକିସ୍ତାନକୁ ଗୁପ୍ତ ତଥ୍ୟା ଦେବା ଅଭିଯୋଗରେ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ୫ ଜଣଙ୍କ କର୍ମଚାରୀଙ୍କୁ ଗିରଫ କରାଯାଇଥିଲା। ଓଡ଼ିଶା ପୁଲିସ୍ ଓ ଜାତୀୟ ସଂସ୍ଥା ଏହି ମାମଲାର ତଦନ୍ତ କରୁଥିଲା। ତଦନ୍ତ ବେଳେ ପୁଲିସ୍ ବହୁ ଲୋକଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ସେହି ସମୟରେ ଆଇଟିଆର୍ର ଜଣେ ବରିଷ୍ଠ ଟେକ୍ନିକାଲ ଅଫିସର କଥାରେ ତାଳମେଳ ରହିନଥିଲା। ଖୋଳତାଡ ପରେ ତାଙ୍କ ଉପରେ ସନ୍ଦେହ ହୋଇଥିଲା। ଏପରିକି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ତାଙ୍କଠାରୁ ମିଳିଥିଲା। ଏହା ପରେ ସମ୍ପୃକ୍ତ ବରିଷ୍ଠ ଟେକ୍ନିକାଲ ଅଫିସରଙ୍କୁ ଗିରଫ କରାଯାଇଛି। ପାକିସ୍ତାନର ରାହୁଲପିଣ୍ଡରେ ଥିବା ହେଣ୍ଡଲର୍ର ମାୟା ଜାଲରେ ପଡ଼ି ସେ ଗୁପ୍ତ ତଥ୍ୟ ଦେଇଥିବା ଜଣାପଡ଼ିଛି। ଏହି ଅଭିଯୋଗରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି, ତାହା ଉପରେ ତଦନ୍ତ ଚାଲିଛି ବୋଲି ଏସ୍ପି ଶାଗରିକା ନାଥ କହିଛନ୍ତି। ବାଲେଶ୍ଵର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ଗୁପ୍ତ ତଥ୍ୟ ଲିକ ଘଟଣା। ଘଟଣାରେ ୫ ଜଣଙ୍କୁ ଗିରଫ କରିଥିଲା ଜିଲ୍ଲା ପୋଲିସ । ଅଭିଯୁକ୍ତଙ୍କ ବିରୁଦ୍ଧରେ ଅଫିସିଆଲ୍ ସିକ୍ରେଟ୍ ଆକ୍ଟ ଲାଗିଥିଲା । ଅଫିସିଆଲ୍ ସିକ୍ରେଟ୍ ଆକ୍ଟ ବାବଦରେ କୋର୍ଟରେ ଆବଶ୍ୟକୀୟ କାଗଜପତ୍ର ସରକାରଙ୍କ ତରଫରୁ ଦାଖଲ କରିପାରିନଥିବାରୁ ଅଫିସିଆଲ୍ ସିକ୍ରେଟ ଅକ୍ଟ ୩, ୪, ୫ରୁ ମୁଦାଲାଙ୍କୁ ଡିଶ୍ଚାର୍ଜ୍ କରାଗଲା। ଗୁପ୍ତ ତଥ୍ୟ ପ୍ରଘଟ ମାମଲାରେ ୨୦୨୧ ମସିହା ଚାନ୍ଦିପୁର ଥାନା ପୁଲିସ୍ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ୫ଜଣ କର୍ମଚାରୀଙ୍କୁ ଗିରଫ କରିଥିଲା। ସେମାନେ ହେଲେ ବସନ୍ତ ବେହେରା, ହେମନ୍ତ ମିସ୍ତ୍ରୀ, ତାପସ ରଂଜନ ନାୟକ, ସେକ୍ ମୁସାଫିର ଓ ସଚିନ କୁମାର। ଗିରଫଙ୍କ ଭିତରୁ ୪ ଜଣ ଡିଆର୍ଡିଓର ଠିକା କର୍ମଚାରୀ ହୋଇଥିବା ବେଳେ ଜଣେ ଡ୍ରାଇଭର ଭାବେ କାମ କରୁଥିଲେ।





