
ନୟାଗଡ଼, (ବାଘୁଆବାର୍ତ୍ତା): କରୋନା ମହାମାରୀ ପାଇଁ ବିଭିନ୍ନ ସ୍ଥାନରେ ଫସି ରହିଥିବା ଶ୍ରମିକମାନଙ୍କୁ ସେମାନଙ୍କ ନିଜ ନିଜ ସ୍ଥାନକୁ ପଠାଯାଉଛି । ଏହି ପ୍ରରିପ୍ରେକ୍ଷିରେ ନୟାଗଡ଼ ସଦର ବ୍ଲକ ଅନ୍ତର୍ଗତ ବାଉଁଶିଆପଡ଼ାଠାରେ ୩୦ ଜଣ ଶ୍ରମିକ ଫସି ରହିଥିଲେ । ରେଲୱେ କାମ କରିବାକୁ ସୁଦୁର ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରୁ ଏହି ଶ୍ରମିକମାନେ ଆସି ବାଉଁଶିଆପଡ଼ା ସ୍କୁଲଠାରେ ରହୁଥିଲେ । ଗତକାଲି ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ ଓ ବିଡିଓ ମନୋଜ ପାତ୍ର ସେମାନଙ୍କୁ ଭେଟିଥିବା ବେଳେ ଆଜି ତାଙ୍କୁ ନିଜ ନିଜ ସ୍ଥାନକୁ ଏକ ବସ୍ ଯୋଗେ ପଠାଯାଇଛି । ଲକ୍ଡାଉନ୍ ହେବା ପରଠାରୁ ଏହି ଶ୍ରମିକଙ୍କ ମାନଙ୍କୁ ପଂଚାୟତ ତରଫରୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଉଥିଲା ।





