Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରଧାନମନ୍ତ୍ରୀ ଅଛନ୍ତି, ଗରୀବ ଅଛନ୍ତି, କଲ୍ୟାଣ ହଟିଯାଇଛି

ଦୁର୍ଗାମଣ୍ଡପ ପଡ଼ିଆରେ ବିକ୍ଷୋଭ ସମାବେଶ

by ସଞ୍ଜୟ ସ୍ୱାଇଁ
February 16, 2023
in Feature News
ପ୍ରଧାନମନ୍ତ୍ରୀ ଅଛନ୍ତି, ଗରୀବ ଅଛନ୍ତି, କଲ୍ୟାଣ ହଟିଯାଇଛି
364
VIEWS
Share on FacebookShare on Twitter

ଚାଉଳ କାଟକୁ ନେଇ କେନ୍ଦ୍ର ବିରୁଦ୍ଧରେ ଗର୍ଜିଲା ବିଜେଡି

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ଆଜି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ମଣ୍ଡଳୀ ବିଜେଡି ସଭାପତି ଗଙ୍ଗାଧର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ବିକ୍ଷୋଭ ସମାବେଶରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ କେନ୍ଦ୍ର ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। କରୋନା ସମୟରୁ ଦିଆଯାଉଥିବା ଅଧିକ ଚାଉଳକୁ କାହିଁକି ବନ୍ଦ କରାଗଲା ବୋଲି ବିଧାୟକ ପ୍ରଶ୍ନ କରିବା ସହ ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନା କାହା ପାଇଁ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ଅଛନ୍ତି, ଗରୀବ ଅଛନ୍ତି, କଲ୍ୟାଣ ହଟି ଯାଇଛି ବୋଲି ବିଧାୟକ ସିଧାସଳଖ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଓଡିଶାରୁ ୧୮ ଲକ୍ଷ ମେଟ୍ରିକ ଟନ ଚାଉଳ କିଣିବା ବଦଳରେ କେନ୍ଦ୍ର ସରକାର ୪ ଲକ୍ଷ ମେଟ୍ରିକ ଟନ ଚାଉଳ କିଣିବା ନିଷ୍ପତ୍ତି ଚାଷୀ ବିରୋଧି ମନୋଭାବ। ଓଡ଼ିଶା ବଳକା ରାଜ୍ୟରେ ପରିଣତ ହୋଇଛି। କେବଳ ବରଗଡ଼ ଜିଲ୍ଲାରୁ ୪ ଲକ୍ଷ ମେଟ୍ରିକ ଟନ ଚାଉଳ ଉତ୍ପାଦନ ହେଉଥିବା ସୂଚନା ଦେଇଛନ୍ତି । ଭାରତ ବର୍ଷରେ କୋଟି କୋଟି ଲୋକଙ୍କ ଅପେକ୍ଷା ଦୁଇ ତିନୋଟି ପରିବାରକୁ କେନ୍ଦ୍ର ସରକାର ପ୍ରଧ୍ୟାନ୍ୟ ଦେଉଥିବା କହିଥିଲେ। ଏହି ପରିବାର ଜରିଆରେ ନିର୍ବାଚନ ପାଣ୍ଠି ସଂଗ୍ରହ କରିବା ପାଇଁ ସୁହାଇବା ଭଳି ବଜେଟ ପ୍ରସ୍ତୁତ କରାଯାଉଛି। ଓଡ଼ିଶା ମହାବାତ୍ୟା ପରେ ଅନ୍ୟ ରାଜ୍ୟ ପାଖରେ ହାତ ପତାଉଥିଲା। ଆମେରିକାରୁ ଖଣ୍ଡି ଗହମ ଆସି ସ୍କୁଲରେ ଯାଉ କରାଯାଉଥିଲା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନ ପାଇଁ ବଳକା ରାଜ୍ୟରେ ପରିଣତ ହୋଇଛି। ଚାଉଳ, ଅଣ୍ଡା, କ୍ଷୀର ଉତ୍ପାଦନ ଯଥେଷ୍ଟ ବୃଦ୍ଧି ପାଇଛି। କେନ୍ଦ୍ର ସରକାର ବଳକା ଚାଉଳ କିଣିବା ପାଇଁ ବାହାନା ବାଜି କରି ଚାଷୀ ପେଟକୁ ଲାତ ମାରୁଛି। ଦରବୃଦ୍ଧି ପାଇଁ ସାରା ଦେଶ ପୀଡ଼ା ପାଉଛି। କେବଳ ନିର୍ବାଚନ ସମୟରେ ପ୍ରେଟୋଲ ଓ ଡିଜେଲ ଦର ସ୍ଥିର ରହୁଥିବା ବେଳେ ଅନ୍ୟ ସମୟରେ ହୁ ହୁ ବୃଦ୍ଧି ପାଉଛି। ବିଗତ ବର୍ଷ ଅପେକ୍ଷା ସବୁ କ୍ଷେତ୍ରରେ ଦରବୃଦ୍ଧି ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ଆବାସ ପ୍ରଦାନରେ କେନ୍ଦ୍ର ସରକାର ଅବହେଳା କରିଥିବା ବିଧାୟକ କହିଥିଲେ। ରାଜ୍ୟରେ ୧୪ ଲକ୍ଷ ଆବାସ ଆବଶ୍ୟକ ଥିବା ବେଳେ କେନ୍ଦ୍ର ସରକାର ୮ ଲକ୍ଷ ଆବାସ ଦେଇ ଓଡିଶା ବାସୀଙ୍କୁ ହତୋତ୍ସାହିତ କରିଛନ୍ତି। ୩ ବର୍ଷ କାଳ ଆବାସ ବନ୍ଦ କରି ଦେଇଥିବା ବେଳେ ଏବେ ଆବାସ କମାଇ କେନ୍ଦ୍ର ସରକାର ପେଞ୍ଚ ମାରୁଥିବା ବିଧାୟକ କହିଥିଲେ। ଏହି ବିକ୍ଷୋଭ ସମାବେଶରେ ଜିଲ୍ଲା ପରିଷଦ ସଭ୍ୟ କ୍ଷୀରୋଦ ମହାପାତ୍ର, ସରୋଜ ରଣସିଂହ, ସୁବାଷ ଚନ୍ଦ୍ର କହଁର, ବିରଜା ଲକ୍ଷ୍ମୀ ସାହୁ, ଜିଲ୍ଲା ଯୁବ ବିଜେଡି ସଭାପତି ରମେଶ ସାହୁ, ଛାତ୍ର ବିଜେଡି ସଭାପତି ନୀଳ ମାଧବ ପଣ୍ଡା, ଅଜିତ ପ୍ରସାଦ ସାହୁ, ଶ୍ରୀକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!