Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ମିଳୁନି ସୁରାକ୍, ଗୋପାଳକୁ ମାରାଥନ ଜେରା

by ସଞ୍ଜୟ ସ୍ୱାଇଁ
February 6, 2023
in Crime, State
ପୁଣି ରିମାଣ୍ଡରେ ଯିବେ ଗୋପାଳ
126
VIEWS
Share on FacebookShare on Twitter

ଝାରସୁଗୁଡା, (ବାଘୁଆବାର୍ତ୍ତା): ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣା ୯ ଦିନରେ ପହଂଚିଛି । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ASI ଗୋପାଳ ଦାସକୁ ପୋଲିସ ଗିରଫ କରିଥିଲେ ହେଁ ସେ କାହଁକି ଓ କେଉଁ ଉଦ୍ଦେଶ୍ୟରେ ହତ୍ୟା କରିଛି ତାହା ଜଣାପଡିନାହିଁ l ଫଳରେ ଏହି ମର୍ଡର ମିଷ୍ଟ୍ରିର ରହସ୍ୟ ଖୋଲିବା ପାଇଁ କ୍ରାଇମବ୍ରାଞ୍ଚ ୯ଦିନ ହେଲାଣି ଦିନ ରାତି ଏକ କରିଛି । ଅଭିଯୁକ୍ତ ASI ଗୋପାଳ ଦାସକୁ ଘନଘନ ଜେରା କରିବା ସହ ସେ ଦେଉଥିବା ତଥ୍ୟ ଓ ସ୍ଥାନଗୁଡ଼ିକୁ ଯାଞ୍ଚ କରି ପ୍ରମାଣ ଯୋଗାଡୁଛି କ୍ରାଇମବ୍ରାଞ୍ଚ । ଶନିବାର କ୍ରାଇମବ୍ରାଞ୍ଚ ADG ଅରୁଣ ବୋଥ୍ରା ଝାରସୁଗୁଡାରେ ପହଂଚିଥିଲେ ଗୋପଳକୁ ଜେରା କରିବା ପାଇଁ । ଝାରସୁଗୁଡା OSAP 2ND ବାଟାଲିଅନ ପରିସରରେ ଅଭିଯୁକ୍ତ ଗୋପାଳ ଦାସକୁ ଜେରା ଜାରି ରହିଛି । ଗୋପାଳର ମାନସିକ ସ୍ଥିତି ଆକଳନ କରିଛନ୍ତି ମାନସିକ ବିଶେଷଜ୍ଞ ଡାକ୍ତରୀ ଦଳ । ଏ ସମସ୍ତ ପ୍ରକ୍ରିୟାର ବିଡିଓ ରେକଡ଼ିଂ ମଧ୍ୟ କରାଯାଇଛି । ଅନ୍ୟପଟେ ଗୋପାଳର ମାନସିକ ସ୍ଥିତି କୁ ଆହୁରି ଭଲ ଭାବରେ ଯାଞ୍ଚ କରିବା ପାଇଁ ବେଙ୍ଗଲୁରୁର ନିମହାନ୍ସ(ନେସନାଲ୍ ଇନଷ୍ଟିଚ୍ୟୁଟ ଅଫ ହେଲଥ ଏଣ୍ଡ ମେଣ୍ଟାଲ ସାଇନ୍ସ) ରୁ ଏକ ବିଶେଷଜ୍ଞ ଦଳ ଝାରସୁଗୁଡା ଆସିବେ । ଅନ୍ୟପଟେ ଗୋପାଳର ଏଲଭିଏ ଟେଷ୍ଟ ଏବଂ ସାଇକୋଲୋଜିକାଲ ଏସଏସମେଣ୍ଟ କରାଯାଇଛି । ଦିଲ୍ଲୀରୁ ଆସିଥିବା CFSL ନିର୍ଦେଶିକା ଡ଼. ଆଶା ଶ୍ରୀବାସ୍ତବଙ୍କ ନେତୃତ୍ୱରେ ତାଙ୍କର ଏକ ବିଶେଷଜ୍ଞ ଦଳ ଏହି ଉଭୟ ଟେଷ୍ଟ କରିଛି । କ୍ରାଇମବ୍ରାଞ୍ଚ ଏ ସମସ୍ତ ତଥ୍ୟକୁ ଆଧାର କରି ଗୋପାଳର କ୍ଵାଟର ରୁ ମିଳିଥିବା ତଥ୍ୟ, ବିମାନ ବନ୍ଦର ଥାନ ପାଇଖାନା ଟାଙ୍କିରୁ ମିଳିଥିବା ଗୋପାଳର ହାତ ଲେଖା ଚିଠି ଟୁକୁଡା, ଗାନ୍ଧୀଛକ ଫାଣ୍ଡିରେ ଥିବା ଗୋପାଳ କାରରୁ ମିଳିଥିବା ଡ଼ାଏରୀ, ଗୋପାଳର ବୟାନ ଆଦିକୁ ଭିତ୍ତି କରି କ୍ରାଇମବ୍ରାଞ୍ଚ ଖୋଳତାଡ଼ ଜାରି ରଖିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!