ଭୁବନେଶ୍ୱର, (ବାଘୁଆବାର୍ତ୍ତା): ପୁଣି ଜଣେ କୋଟିପତି ବିଦ୍ୟୁତ ବିଭାଗ ଅଧିକାରୀ ଧରାପଡ଼ିଛନ୍ତି। ସମ୍ପୃକ୍ତ ଅଧିକାରୀଙ୍କ ପରିଚୟ ପ୍ରମୋଦ କୁମାର ସ୍ୱାଇଁ। ସେ ବ୍ରହ୍ମପୁର ସାଉଥ୍କୋ ବିଦ୍ୟୁତ୍ ବିଭାଗରେ ସାଧାରଣ ପରିଚାଳକ (ଜିଏମ) ଭାବେ କାର୍ୟ୍ୟରତ ଥିଲେ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। ଏହି ଅଭିଯୋଗରେ ଗତ ଶୁକ୍ରବାର ବା ଜାନୁଆରୀ ୩୧ରେ ଗଞ୍ଜାମ ଓ ପୁରୀ ସହିତ ଏକ କାଳୀନ ୧୦ ଜାଗାରେ ଭିଜିଲାନ୍ସ କର୍ମଚାରୀ ମାନେ ଚଢ଼ଉ କରିଥଲେ। ଚଢ଼ଉ ବେଳେ ୩ଟି ବହୁତଳ ପ୍ରାସାଦ, କୋଟିଏରୁ ଅଧିକ ଟଙ୍କାର ଫାର୍ମ ହାଉସ, ବ୍ରହ୍ମପୁର ଓ ଛତ୍ରପୁରରେ ଥିବା ୯ଟି ପ୍ଲଟ୍, ନଗଦ ୬୭ ହଜାର ଟଙ୍କା, ୩୬ ଲକ୍ଷ ଟଙ୍କାର ବ୍ୟାଙ୍କ ବାଲାନ୍ସ ଓ ଇନ୍ସ୍ୟୁରାନ୍ସ, ଗୋଟିଏ କାର୍, ୩ ଲକ୍ଷ ଟଙ୍କାର ଏକ ୩ ଚକିଆ ଯାନ, ୩ ଲକ୍ଷ ଟଙ୍କାର ୩ଟିବାଇକ୍, ୧୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଘର ଆସବାବପତ୍ର ଜବତ କରାଯାଇଥିଲା।





