ଭଦ୍ରକ, (ବାଘୁଆବାର୍ତ୍ତା): ଭଦ୍ରକ ଚରମ୍ପା ନିକଟ ଧାମରା କୁ ଯାଇଥିବା ଟ୍ରେନ ଲାଇନ୍ ରାଜପଥ କଡ଼ରେ ଏକ ଜମିରେ ପଡିଛି କ୍ଷତାକ୍ତ ମୃତଦେହ । ଧାରୁଆ ମାରଣାସ୍ତ୍ରରେ ହାଣି ହତ୍ୟା ସନ୍ଦେହ । ତେବେ ମୃତ ଯୁବକଙ୍କ ପରିଚୟ ଭଦ୍ରକ ଟାଉନ ଥାନା ଅଧୀନ ଅସ୍ତଳ ପୂଜାରୀ ସାହିର ଅଜୟ ଦାସ ଙ୍କ ପୁଅ ନୀଳକଣ୍ଠ ଦାସ (ରିଣ୍ଟ) ବୋଲି ଜଣାପଡିଛି ।ଖବର ଅନୁଯାୟୀ, ୧୬ ନମ୍ବର ଜାତୀୟ ରାଜପଥ କଡରେ ଥିବା ଚରମ୍ପା ସ୍ଥିତ ଧାମରା ରେଳ ଓଭରବ୍ରିଜ୍ ନିକଟରେ ଥିବା ଏକ ଜମିରେ ମୃତଦେହ ପଡିରହିଥିଲା । ଯାହାକୁ ଦେଖି ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା । ଗ୍ରାମାଞ୍ଚଳ ପୋଲିସ ସାଇନ୍ଟିଫିକ ଟିମ ଓ ଡଗ ସ୍କ୍ୱାର୍ଡ ଆସି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।ସେପଟେ ମୃତ ଶରୀର ପଡି ରହିଥିବା ବେଳେ ମୃତକଙ୍କ ମୁହଁରେ କ୍ଷତ ଚିହ୍ନ ଦେଖିବା ପାଇଁ ମିଳିଛି । ଏହି କ୍ଷତ ଧାରୁଆ ମାରଣାସ୍ତ୍ରର ଵୋଲି ଅନୁମାନ କରାଯାଉଛି । ତଦନ୍ତ ପରେ ଜଣାପଡ଼ିବ ହତ୍ୟା ରହସ୍ୟ।





