ଭଦ୍ରକ, (ବାଘୁଆବାର୍ତ୍ତା): ଭଦ୍ରକ ମେଡିକାଲ୍ ରେ ନକଲି ଡ଼ାକ୍ତର । ମୋତେ ପ୍ରସୂତି ୱାର୍ଡ କୁ ରାସ୍ତା କୁହ । ମୁଁ ଆଜି ନୂଆ ଜଏନ କରିଛି । ଓଟି କେଉଁଠି ସିକ୍ୟୁରୀଟି ଗାର୍ଡ ଙ୍କୁ ଏମିତି କିଛି କହି ଭିତରକୁ ଯାଇଥିଲେ । ସିଡିଏମଓ ପୁଣି ସାଙ୍ଗ ରେ ଧରି ଆସିଲେ । ପରେ ଜଣା ପଡିଲା ସେ ଅସଲି ନୁହେଁ ନକଲି ଡାକ୍ତର । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ । ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ପ୍ରସୂତି ବିଭାଗର ସିକ୍ୟୁରୀଟି ଗାର୍ଡଙ୍କୁ ଜନୈକ ଯୁବକ ନିଜକୁ ଡାକ୍ତର ପରିଚୟ ଦେଇଥିଲେ । ବେକରେ ଷ୍ଟ୍ରେଥୋ ପକାଇ ଥିବା ବେଳେ ଗାର୍ଡଙ୍କୁ ନୂଆ କରି ଜଏନ କରିଥିବାରୁ ଓଟି ଓ ୱାର୍ଡ କୁ ରାସ୍ତା ପଚାରି ଯାଇଥିଲେ । କିନ୍ତୁ ଜିଲ୍ଲା ମୁଖ୍ୟ ଚିକିଶ୍ଚଧିକାରୀ ୱାର୍ଡ ରେ ବୁଲୁଥିବା ବେଳେ ସନ୍ଦେହ ହେବାରୁ ତାଙ୍କୁ ପରିଚୟ ପଚାରିଥିଲେ । କିନ୍ତୁ ଠିକ ଉତ୍ତର ନପାଇବାରୁ ତାଙ୍କୁ ମେଡିକାଲ ରେ ଥିବା ପୋଲିସ ସହାୟତା କେନ୍ଦ୍ର କୁ ଆଣିଥିଲେ । ପଚରାଉଚୁରା ବେଳେ ଯୁବକ ଜଣକ ନକଲି ଡାକ୍ତର ବୋଲି ଜଣା ପଡ଼ିଛି । ତେବେ ଯୁବକ ଜଣକ ଯାଜପୁର ଜିଲ୍ଲା ଅଞ୍ଚଳ ର ରାଜୀବ ବୋଲି ସୂଚନା ମିଳିଛି । ତେବେ ଯୁବକ ଙ୍କୁ ଭଦ୍ରକ ଟାଉନ ପୋଲିସ ଅଟକ ରଖି ପଚରାଉଚୁରା କରିଛନ୍ତି । ଯୁବକ ଜଣକ ଡାକ୍ତର ପରିଚୟ କାହିଁକି ଦେଇଥିଲେ, ସେ ନେଇ ତଦନ୍ତ ପରେ ସ୍ପଷ୍ଠ ହେବ ।





