ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ବ୍ଲକ ଅନ୍ତର୍ଗତ କାଳିକାପ୍ରସାଦ ଗ୍ରାମ ପଞ୍ଚାୟତ ସିପାହି ଅସୁରିଢିପା ଗ୍ରାମର ୬ ଜଣ ୱାରେଣ୍ଟି ଗିରଫ ହୋଇଛନ୍ତି । ସଦର ଥାନା ଆଇଆଇସି ଦିପକ ଖଣ୍ଡାୟତରାୟଙ୍କ ନେତୃତ୍ୱରେ ଚଢ଼ାଉ ଜାରି ରହିଥିଲା । ରାସ୍ତାରୋକ କରିବା, ପୁଲିସକୁ ମାଡ଼ ମାରିବା, ଯୌତୁକ ନିର୍ଯ୍ୟାତନା ଓ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହିଥିବାରୁ ୬ ଜଣଙ୍କ ନାମରେ ୱାରେଣ୍ଟ ରହିଥିଲା । ୨୦୦୬ ମସିହାରୁ ବିଭିନ୍ନ ସମୟରେ ମାମଲା ମାନ ରୁଜ କରାଯାଇଥିଲା । ସିପାହି ଅସୁରଢିପା ଗ୍ରାମର ମଧୁ ଗୌଡାଙ୍କ ପୁଅ ହରସ ଗୌଡା, ଫକିର ଗୌଡାଙ୍କ ପୁଅ ମଧୁ ଗୌଡା, ରଥି ମହାପାତ୍ରଙ୍କ ପୁଅ ଅସ୍ୟୁନି ମହାପାତ୍ର, ମଧୁ ଗୌଡାଙ୍କ ପତ୍ନୀ ସାବି ଗୌଡା, ମୀନା ଗୌଡା ଓ ରୀନା ଗୌଡା କୁ ଗିରଫ କରାଯାଇଛି । ଏମାନଙ୍କ ନାମରେ ବିଭିନ୍ନ ସଙ୍ଗିନ ଅଭିଯୋଗ ହୋଇଥିଲା । ଆଜି ସେମାନଙ୍କୁ କୋର୍ଟ ଫରୱାର୍ଡ କରାଯିବ ।





