ବ୍ରହ୍ମପୁର, , (ବାଘୁଆବାର୍ତ୍ତା): ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଏଏସଆଇ ଗୋପାଳ ଦାସଙ୍କ ପୈତୃକ ଘରେ କ୍ରାଇମବ୍ରାଞ୍ଚ୍ ଟିମ୍। ବିଏନ୍ପୁର ଥାନା ଜଳେଶ୍ଵରକଖଣ୍ଡିରେ କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍ ପହଞ୍ଚିଛନ୍ତି। ଗୋପାଳ ଦାସଙ୍କ ପରିବାର ଲୋକଙ୍କୁ ପଚରାଉଚୁରା କରୁଛନ୍ତି। ଡିଏସପି ଶିଶିର ମିଶ୍ରଙ୍କ ନେତୃତ୍ୱରେ ଟିମ୍ ତଦନ୍ତ କରୁଛି। ଏହି ଟିମ୍ରେ ବ୍ରହ୍ମପୁର ପୋଲିସର ଜଣେ ମହିଳା ଡିଏସପି ସାମିଲ ଅଛନ୍ତି। ଅଭିଯୁକ୍ତ ଗୋପାଳଙ୍କୁ ୨୦୧୩ ମସିହାରେ ବନ୍ଧୁକ ଇସ୍ୟୁ ହୋଇଥିବା ଜଣାପଡ଼ିଛି। ତାଙ୍କୁ ୯ ମଏ୍ ଏମ୍ ପିସ୍ତଲ ସହ ୨୪ ରାଉଣ୍ଡ ଗୁଳି ଦିଆଯାଇଥିଲା। ୨୦୨୦ ମସିହାରେ ପୁରୁଣା ଗୁଳିକୁ ବଦଳାଇ ନୂଆ ଗୁଳି ଦିଆଯାଇଥିଲା। ୨୦୨୨ ଡିସେମ୍ବରରେ ରେଞ୍ଜ କୋର୍ସ ଫାଇରିଂରେ ସେ ଯୋଗ ଦେଇଥିଲେ।





