ଭୁବନେଶ୍ଵର, (ବାଘୁଆବାର୍ତ୍ତା): ଦାଖଲ ହେଲା ମନ୍ତ୍ରୀ ନବ ଦାସଙ୍କ ପୋଷ୍ଟମର୍ଟମ ରିପୋର୍ଟ। କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ କାର୍ୟ୍ୟାଳୟରେ ରିପୋର୍ଟ ଦାଖଲ ହୋଇଛି। ଟିମ୍ର ଜଣେ ଡାକ୍ତର ପୋଷ୍ଟମର୍ଟମ ରିପୋର୍ଟ ଦାଖଲ କରିଛନ୍ତି। ପୋଷ୍ଟମୋର୍ଟମ ରିପୋର୍ଟରେ ନବ ଦାସଙ୍କୁ କେଉଁ ସମୟରେ ଗୁଳି ବାଜିଥିଲା, କେତୋଟି ଗୁଳି ବାଜିଥିଲା, ଏବଂ କେଉଁ ସମସୟରେ ମୃତ୍ୟୁ ଘଟିଥିଲ ଏ ସମସ୍ତ ତଥ୍ୟର ବିବରଣୀ ରହିଥିବା ସୂଚନା ମିଳିଛି। ପ୍ରକାଶ ଥାଉକି, ସେପଟେ ହତ୍ୟା ମାମଲାର ଅଭିଯୁକ୍ତ ଏଏସଆଇ ଗୋପାଳ ଦାସଙ୍କ ପୈତୃକ ଘରେ କ୍ରାଇମବ୍ରାଞ୍ଚ୍ ଟିମ୍ ପହଞ୍ଚିଛି। ବିଏନ୍ପୁର ଥାନା ଜଳେଶ୍ଵରକଖଣ୍ଡିରେ କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍ ପହଞ୍ଚିଛନ୍ତି। ଗୋପାଳ ଦାସଙ୍କ ପରିବାର ଲୋକଙ୍କୁ ପଚରାଉଚୁରା କରୁଛନ୍ତି। ତେବେ ମନ୍ତ୍ରୀ ନବ ଦାସଙ୍କୁ କାହିଁକି ଗୁଳି କଲେ ଅଭିଯୁକ୍ତ ଗୋପାଳ ଦାସ। ନିଜକୁ କାହିଁକି ହତ୍ୟାକାରୀ ସଜାଇଲେ ପୋଲିସ ଅଫିସର ? ଜଣେ ପ୍ରଭାବଶାଳୀ କ୍ୟାବିନେଟ୍ ମନ୍ତ୍ରୀଙ୍କ ହତ୍ୟା ପଛର ରହସ୍ୟ କଣ ? ଏଭଳି ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।





