ନୟାଗଡ଼,(ବାଘୁଆବାର୍ତ୍ତୀ): କରୋନା ମହାମୁକାବିଲାରେ ସାମିଲ ହୋଇ ସହରକୁ ସରସ ସୁନ୍ଦର କରୁଥିବା ନୟାଗଡ଼ ପୈାର ପରିଷଦର ସଫେଇ କର୍ମଚାରୀ ଏବଂ ପୈାର ପରିଷଦ କର୍ମଚାରୀଙ୍କ ଆଜି କୋଭିଡ୍ ୧୯ ପରୀକ୍ଷା ପାଇଁ ସ୍ୱାବ ପଠାଯାଇଛି । ସଫେଇ କର୍ମଚାରୀମାନେ ପ୍ରତ୍ୟେକ ଦିନ ସହରର ବର୍ଯ୍ୟବସ୍ତୁ ସଫା କରି କରୋନା ଯୁଦ୍ଧରେ ନିଜକୁ ସାମିଲ କରିଛନ୍ତି । ପ୍ରାରମ୍ଭିକ ଭାବେ ନୟାଗଡ଼ ପିଟିଏସ୍ଠାରେ ଥିବା କୋଭିଡ୍ କେୟାର ହସପିଟାଲ୍ଠାରେ ଏହି ସ୍ୱାବ ସଂଗ୍ରହ କରାଯାଇଛି । ୪୯ ପୈାର ଓ ସଫେଇ କର୍ମଚାରୀ ଏବଂ କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ମିଶାଇ ମୋଟ ୫୪ ଜଣଙ୍କଠାରୁ ସ୍ୱାବ ସଂଗ୍ରହ କରାଯାଇଛି । ଆଗାମୀ ଦିନରେ କରୋନା ଯୁଦ୍ଧରେ ସାମିଲ ହୋଇଥିବା ଯୋଦ୍ଧାଙ୍କର ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ ବୋଲି ଜଣାଯାଇଛି ।






