ସୁରନ୍ଦଗଡ଼, (ବାଘୁଆବାର୍ତ୍ତା): ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା କରିଥିବା ଅଭିଯୁକ୍ତ ଗୋପାଳକୃଷ୍ଣ ଦାଶକୁ ଜେରା । ସୁନ୍ଦରଗଡ଼ରେ କ୍ରାଅମ୍ବ୍ରାଞ୍ଚ ଜେରା କରୁଛି । କେଉଁ କାରଣରୁ ଗୋପାଳ, ନବ ଦାସଙ୍କୁ ଅତର୍କିତ ସର୍ଭିସ୍ ରିଭର୍ବଲରୁ ଗୁଳି ମାରିଲେ ଏନେଇ ପଚରାଉଚରା କରୁଛି ପୋଲିସ । କ୍ରାଇମ୍ବ୍ରାଞ୍ଚ ADG ଅରୁଣ ବୋଥ୍ରାଙ୍କ ସହିତ ଉତ୍ତରାଞ୍ଚଳ ଆଇଜି ସାମିଲ ହୋଇଛନ୍ତି । ଅଭିଯୁକ୍ତ ASI ଗୋପାଳକୃଷ୍ଣଙ୍କୁ ସୁନ୍ଦରଗଡ଼ ରିଜର୍ଭ ପୋଲିସ ଲାଇନରେ ରଖାଯାଇଛି । ତେବେ କେଉଁ ପରିସ୍ଥିତିରେ ଅଭିଯୁକ୍ତ ଗୁଳିମାରିଥିଲା, ସେନେଇ ଏଡିଜି ଅରୁଣ ବୋଥ୍ରା ବିଭିନ୍ନ ଦିଗରୁ ପ୍ରଶ୍ନ କରୁଛନ୍ତି । କ୍ରାଇମ୍ବ୍ରାଞ୍ଚ ଅଭିଯୁକ୍ତ ଗୋପାଳକୃଷ୍ଣଙ୍କ ହ୍ୟାଣ୍ଡ ସ୍ବାବ ନିଆଯାଇଛି । ଏହା ସହିତ ସେ ପିନ୍ଧିଥିବା ଖାକି ପୋଷାକକୁ ଯାଞ୍ଚ ପାଇଁ ଜବତ କରିଛି କ୍ରାଇମବ୍ରାଂଚ । ଅଭିଯୁକ୍ତର ଫୋନ୍ କଲ୍ ଓ ଗତିବିଧି ଉପରେ ନୀରକ୍ଷଣ କରିବା ସହିତ ତଦନ୍ତ କରୁଛି ପୋଲିସ ।





