ନୟାଗଡ଼,(ବାଘୁଆବାର୍ତ୍ତୀ): କରୋନା ମହମାରୀ ପାଇଁ ସାରା ବିଶ୍ୱ କଲବଲ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ସୁତ୍ରରୁ ସହାୟତାର ସୁଅ ଛୁଟିଛି । ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ଜରିଆରେ ଆଜି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ବରିଷ୍ଠ ନାଗରିକ ମଂଚ ସହାୟତା ପ୍ରଦାନ କରିଛି । ଆଜି ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟଠାରେ ନୟାଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ମକ୍ଟକ୍ଟ୍ରର ସଭାପତି ପ୍ରମୋଦ ପଟ୍ଟନାୟକ, ସାଧାରଣ ସଂପାଦକ ଦୁର୍ଯ୍ୟୋଧନ ସାହୁ, ଉପଦେଷ୍ଟା କୁବେର ସାହୁ, ଯଗ୍ମ ସଂପାଦକ ଏମ୍ ଆଉରଙ୍ଗଜେବ୍, କୋଷାଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ମିଶ୍ର ଜିଲ୍ଲାପାଳଙ୍କ ଜରିଆରେ ୫୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ।





