Wednesday, November 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୁଲକକୁ ପୁଲକିତ କରିଛି ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ

ସୃଷ୍ଟି ହେଲା ନୂତନ ପରମ୍ପରା

by ସଞ୍ଜୟ ସ୍ୱାଇଁ
January 22, 2023
in Feature News
ପୁଲକକୁ ପୁଲକିତ କରିଛି ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ
443
VIEWS
Share on FacebookShare on Twitter

ଭାବବିହ୍ୱଳ ହେଲେ ଆଲୁମିନ୍‌

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ହୀରକ ଜୟନ୍ତୀ ଉଦଯାପନ କାର୍ଯ୍ୟକ୍ରମରେ ୧୯୬୧ ମସିହାଠାରୁ ଆଜି ପର୍ଯ୍ୟନ୍ତ ମହାବିଦ୍ୟାଳୟରେ ପାଠ ପଢ଼ି ଫେରିଥିବା ୨ ହଜାରରୁ ଉର୍ଦ୍ଧ୍ୱ ପୂରତାନ ଛାତ୍ରଛାତ୍ରୀ ଓ ୩ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଶେଷ ଦିନରେ ଏକାଠି ହୋଇଥିଲେ । ମହାବିଦ୍ୟାଳୟରେ ପୂରାତନ ଛାତ୍ରଛାତ୍ରୀ ଓ ମହାବିଦ୍ୟାଳୟ କର୍ମଚାରୀଙ୍କ ମଧ୍ୟରେ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା । ଏହି ଅବସରରେ ଆଲୁମିନି ଆସୋସିଏସନ ସଭାପତି ତଥା ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଡ. ଦେବେନ୍ଦ୍ର ନାଥ ମାନସିଂ, ଛାତ୍ର ସଂସଦ ପୂର୍ବତନ ସମ୍ପାଦକ କିଶୋର ଚନ୍ଦ୍ର ମହାପାତ୍ର, ଆଲୁମିନ କମିଟି ସଂଯୋଜକ ବିଶ୍ୱନାଥ ମହାପାତ୍ର, ମହାବିଦ୍ୟାଳୟ ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନ ଉପସ୍ଥିତ ରହିଥିଲେ ।

ଏହି ଅବସରରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଧାନ, ୬୧ ମସିହାରୁ ୨୦୨୨ ମସିହା ପର୍ଯ୍ୟନ୍ତ ସମସ୍ତଙ୍କ ସହଯୋଗରେ ମହାବିଦ୍ୟାଳୟର ସମ୍ମାନ ଓ ବିଶ୍ୱସନୀୟତା ବୃଦ୍ଧି ପାଇଥିବା ବକ୍ତବ୍ୟରେ କହିଥିଲେ । ମହାବିଦ୍ୟାଳୟ ନାକ୍ ମାନ୍ୟତା ପାଇବାରେ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସହଯୋଗ ରହିଥିବା ପ୍ରକାଶ କରିଥିଲେ । ଆଲୁମିନ ସଂଯୋଜକ ଶ୍ରୀଯୁକ୍ତ ମହାପାତ୍ର ତାଙ୍କ ବକ୍ତବ୍ୟରେ ପୂରତାନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହୋଇଛି । ବର୍ତ୍ତମାନ ଓ ଅତୀତର ସମ୍ପର୍କରେ ହୀରକ ଜୟନ୍ତୀ ଉତ୍ସବ ନୂତନ ପରମ୍ପରା ସୃଷ୍ଟି କରିଛି । ବିଧାୟକ ଡ. ସାହୁ ତାଙ୍କ ବକ୍ତବ୍ୟରେ ପ୍ରତ୍ୟେକ ଅନୁଷ୍ଠାନରେ ଉତ୍ସବ ପାଳିତ ହେବା ଆବଶ୍ୟକତା ରହିଛି । କିନ୍ତୁ ଆଜିର ଦିନରେ ଭାରତ ବର୍ଷରେ ବ୍ୟକ୍ତି କେନ୍ଦ୍ରୀକ ଉତ୍ସବ ବହୁଳ ମାତ୍ରରେ ପାଳିତ ହେଉଛି । ବ୍ୟକ୍ତିଗତ ଜୟନ୍ତୀ ବିରାଟ ଆକାରରେ ହେଉଛି । ସାମୂହିକ କାର୍ଯ୍ୟକ୍ରମ ଗୁଡ଼ିକ କମିବାରେ ଲାଗିଛି । ଏଥିପାଇଁ ସାମୁହିକ ଅବକ୍ଷୟ ଘଟୁଛି । ନୟାଗଡ଼ରେ କିନ୍ତୁ ଛୋଟ ହେଉ ଅବା ବଡ଼ ଆକାରରେ ପ୍ରତ୍ୟେକ ସାମୂହିକ କାର୍ଯ୍ୟକ୍ରମ ଚାଲୁ ରହିଛି ଏବଂ ପ୍ରତ୍ୟେକ ଉତ୍ସବରେ ସମସ୍ତଙ୍କ ସହଯୋଗ ରହିଛି ।

ସାମୁହିକ ଉତ୍ସବରେ ସମସ୍ତଙ୍କର ସହଯୋଗ ରହିଲେ ଭାଇଚାରା ସୃଷ୍ଟି ହୋଇପାରିବ । ବର୍ତ୍ତମାନ ମହାବିଦ୍ୟାଳୟ ନବକଳେବର ବ୍ୟାପକ ଭାବେ ହୋଇଛି । ଆଗାମୀ ଦିନରେ ଆହୁରି ଅନେକ କାର୍ଯ୍ୟ କରାଯିବା ପାଇଁ ହାତକୁ ନିଆଯାଇଛି । ପୁଲକକୁ ପୁଲକିତ କରିଛି ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ । ଯେଉଁଥିପାଇଁ ଆଜି ଦୂରଦୂରାନ୍ତରୁ ଆଜି ବହୁ ପୁରାତନ ଛାତ୍ରଛାତ୍ରୀ ସହଯୋଗ କରିଛନ୍ତି । ମାଆ ଆଖିରେ ସମସ୍ତ ଯେପରି ସମାନ, ଠିକ୍ ସେହିଭଳି ମହାବିଦ୍ୟାଳୟ ପାଇଁ ଛାତ୍ରଛାତ୍ରୀ ଓ ପୂରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୈାଣସି ପ୍ରଭେଦ ନାହିଁ । ପ୍ରତ୍ୟେକ ବିନ୍ଦୁ ମିଶିଲେ ବିରାଟ ସିନ୍ଧୁ ସୃଷ୍ଟି ହେବ ବୋଲି ବିଧାୟକ କହିଛନ୍ତି । ଦଶପଲ୍ଲା ବିଧାୟକ ଶ୍ରୀଯୁକ୍ତ ବେହେରା, ତାଙ୍କ ବକ୍ତବ୍ୟରେ ମହାବିଦ୍ୟାଳୟରେ ପାଠ ପଢ଼ି ନିଜକୁ ଗର୍ବ ଅନୁଭବ କରିଥିବା କହିଥିବା ବେଳେ ମହାବିଦ୍ୟାଳୟକୁ ଦେଖି ଆଜି ଆହୁରି ଉତ୍ସାହ ସୃଷ୍ଟି ହୋଇଛି ବୋଲି କହିଛନ୍ତି । ଏହି ଅବସରରେ ମହାବିଦ୍ୟାଳୟର ପ୍ରତିଷ୍ଠାତା ସଭ୍ୟଙ୍କ ଦାୟାଦ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମହାବିଦ୍ୟାଳୟ ପକ୍ଷରୁ ସ୍ମରଣିକା ବିଶ୍ୱରାଗ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏହା ସହିତ ମହାବିଦ୍ୟାଳୟ ଛାତ୍ର ସଂସଦର ପୂର୍ବତନ ସଭାପତି ଓ ସମ୍ପାଦକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଅଧ୍ୟାପକ ଆଶୁତୋଷ ମିଶ୍ର ଓ ଗଣେଶ ମିଶ୍ର ସଂଯୋଜନା କରିଥିବା ବେଳେ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!